ଚଣ୍ଡିଗଡ: କୁକୁରଙ୍କ ପାଇଁ ରକ୍ତ ବ୍ୟାଙ୍କ ପ୍ରତିଷ୍ଠା କଲା ଗୁରୁ ଅଙ୍ଗଦ ଦେବ ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟ । ପଞ୍ଜାବ ଲୁଧିଆନାରେ କୁକୁରଙ୍କ ପାଇଁ ଏକ ସ୍ୱତନ୍ତ୍ର ରକ୍ତ ବ୍ୟାଙ୍କ ପ୍ରତିଷ୍ଠା କରିଛି ଗୁରୁ ଅଙ୍ଗଦ ଦେବ ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟ । ଉତ୍ତର ଭାରତରେ କୁକୁରମାନଙ୍କ ପାଇଁ ଏହା ବ୍ଲଡ ବ୍ୟାଙ୍କ ଅଟେ ।
ବାୟୋଟେକ୍ନୋଲୋଜି ବିଭାଗର ଅନୁମୋଦନ ପାଇବା ପରେ ଏହି ବ୍ଲଡ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ବିଶ୍ବ ବିଦ୍ୟାଳୟର ଡ. ସୁକ୍ରିତି ଶର୍ମା କହିଛନ୍ତି, ‘ଆମେ ପ୍ରତିବର୍ଷ ଅତି କମରେ 25000 ମାମଲା ସମ୍ବାଳି ଥାଉ। ସେଥିମଧ୍ୟରୁ 500-600 ମାମଲାରେ କୁକୁରମାନଙ୍କର ହିମୋଗ୍ଲୋବିନ୍ ସ୍ତର କମ୍ ଥାଏ।
ସେଥିମଧ୍ୟରୁ ଗୋଟିଏ ମାମଲାରେ ରକ୍ତ ସ୍ତର ହ୍ରାସ ପାଉଥିବା ଦେଖିବାକୁ ମିଳିଥିଲା।ନ ଏହାପରେ ଆମେ 3 ଗ୍ରାମ ରକ୍ତଦାନ କରିଥିଲୁ । ଯେଉଁଥିରେ କୁକୁରଟିର ରକ୍ତ ସ୍ତର 7 ଗ୍ରାମକୁ ବୃଦ୍ଧି ପାଇଥିଲା ।