ଓଡିଶା

odisha

ସିଏଏ-ଏନଆରସି ବିରୋଧୀଙ୍କୁ ଜେଲ ପଠାଇବାକୁ କୋର୍ଟରେ ପହଞ୍ଚିଲେ ଯୋଗୀ ସରକାର

By

Published : Aug 26, 2020, 5:12 PM IST

ଡିସେମ୍ବର 19 ରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ହୋଇଥିବା ହିଂସା ଘଟଣାରେ CAA ଏବଂ NRC କୁ ବିରୋଧ କରି ଜେଲକୁ ପଠାଯାଇଥିବା ସଦଫ ଜାଫର, ଦୀପକ କବୀରଙ୍କ ସମେତ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି ଯୋଗ ସରକାର । ଯେଉଁଥିରେ ଅଭିଯୁକ୍ତଙ୍କ ଜାମିନ ପ୍ରତ୍ୟାହାର କରି ତୁରନ୍ତ ଜେଲକୁ ପୁଣି ପଠାଯିବା ଉଚିତ ବୋଲି କୁହାଯାଇଛି । ଅଧିକ ପଢନ୍ତୁ...

ସିଏଏ-ଏନଆରସି ବିରୋଧକାରୀଙ୍କୁ ଜେଲ ପଠାଇବାକୁ କୋର୍ଟରେ ପହଞ୍ଚିଲେ ଯୋଗୀ ସରକାର
ସିଏଏ-ଏନଆରସି ବିରୋଧକାରୀଙ୍କୁ ଜେଲ ପଠାଇବାକୁ କୋର୍ଟରେ ପହଞ୍ଚିଲେ ଯୋଗୀ ସରକାର

ଲକ୍ଷ୍ନୌ: ଡିସେମ୍ବର 19 ରେ ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ହୋଇଥିବା ହିଂସା ଘଟଣାରେ CAA ଏବଂ NRC କୁ ବିରୋଧ କରି ଜେଲକୁ ପଠାଯାଇଥିବା ସଦଫ ଜାଫର, ଦୀପକ କବୀରଙ୍କ ସମେତ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି ଯୋଗୀ ସରକାର । ଏଥିରେ କୁହାଯାଇଛି ଯେ ଅଭିଯୁକ୍ତଙ୍କ ଜାମିନ ପ୍ରତ୍ୟାହାର କରି ତୁରନ୍ତ ଜେଲକୁ ପୁଣି ପଠାଯିବା ଉଚିତ। ଏହା ପରେ କୋର୍ଟ ଅଭିଯୁକ୍ତଙ୍କୁ ନୋଟିସ ଜାରି କରିଛନ୍ତି।

ନୋଟିସରେ ଅଭିଯୁକ୍ତମାନଙ୍କୁ କୋର୍ଟରେ ସେମାନଙ୍କ ପକ୍ଷ ଉପସ୍ଥାପନ କରିବାକୁ କୁହାଯାଇଥିଲା ଯାହା ପରେ ଅଭିଯୁକ୍ତମାନେ ବିଭିନ୍ନ ଦିନରେ କୋର୍ଟରେ ପକ୍ଷ ରଖିଛନ୍ତି। ପରବର୍ତ୍ତୀ ଶୁଣାଣି 5 ସେପ୍ଟେମ୍ବରରେ ଧାର୍ଯ୍ୟ କରାଯାଇଛି। ଏଥି ସହ ଅଭିଯୁକ୍ତମାନେ ଯୋଗୀ ସରକାରଙ୍କୁ ଜବରଦସ୍ତ ନିର୍ଯାତନା ଦେଇଥିବାର ଅଭିଯୋଗ କରିଛନ୍ତି ଏବଂ ଏହି ସରକାର, ଗଣତନ୍ତ୍ରରେ ସ୍ୱରକୁ ଦମନ କରୁଥିବା କହିଛନ୍ତି।

ମଞ୍ଚ କଳାକାର ଦୀପକ କବୀରଙ୍କ ଅନୁଯାୟୀ, ଯୋଗୀ ସରକାର ବର୍ତ୍ତମାନ ପ୍ରତିଶୋଧ ଭଳି କାର୍ଯ୍ୟ କରୁଛନ୍ତି । ସମ୍ବିଧାନରେ ଧାରଣା ଦେବା, ବିରୋଧ କରିବା ଭୁଲ୍ ନୁହେଁ। ଜାମିନରେ ଆସିବା ପରେ ଯୋଗୀ ସରକାର ସୁଚିନ୍ତିତ ଭାବେ ଆଫିଡେଭିଟ୍ ଲଗାଇ ଲୋକଙ୍କୁ ଭିତରକୁ ଆଣିବାକୁ ଚାହିଁବେ, ଯଦି ଆମେ ବିରୋଧ କରୁ, ଏହା ଆମର ସାମ୍ବିଧାନିକ ଅଧିକାର। ସରକାର ଏକଛତ୍ରବାଦୀ ଶାସନ ଉପରେ ଚଳାଉଛନ୍ତି। ଆମେ କୋର୍ଟରେ ଆମର ପକ୍ଷ ରଖୁଛୁ ଏବଂ ଆମକୁ ନ୍ୟାୟ ମିଳିବ ବୋଲି କୋର୍ଟ ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ବୋଲି ସେ କହିଛନ୍ତି ।

ABOUT THE AUTHOR

...view details