ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌ ବିଶ୍ବବିଦ୍ୟାଳୟର ଦୁଇ ପୂର୍ବତନ କୂଳପତିଙ୍କ ବିରୋଧରେ ଜାଲିଆତି ଅଭିଯୋଗ । ଏହା ସହିତ ବିଶ୍ବବିଦ୍ୟାଳୟର ମୋଟ ପାଞ୍ଚ ଜଣଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି । ଏହି ଜାଲିଆତି ମାମଲାରେ ପୂର୍ବତନ ରେଜିଷ୍ଟାର ସହ ଅନ୍ୟ ଦୁଇ ଜଣ ସହଯୋଗୀ ସମ୍ପୃକ୍ତ ରହିଛନ୍ତି ।
ଖବରମୁତାବକ ଗତ 2006 ମସିହାରେ ଲକ୍ଷ୍ନୌ ବିଶ୍ବବିଦ୍ୟାଳୟର ମୁଖପାତ୍ର ପଦବୀରେ ନିଯୁକ୍ତିକୁ ନେଇ ଏହି ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗକାରୀ ପ୍ରଶାନ୍ତ ପାଣ୍ଡେଙ୍କ ତରଫରୁ ଲକ୍ଷ୍ନୌର ହସନଗଞ୍ଜ ପୋଲିସ ଥାନାରେ ମାମଲା ରୁଜୁ କରିଛନ୍ତି । ସେ ଲକ୍ଷ୍ନୌ ବିଶ୍ବବିଦ୍ୟାଳୟର ମୁଖପାତ୍ର ପଦବୀରେ ନିଯୁକ୍ତ ପାଇଁ ଆବେଦନ କରିଥିଲେ ।