ଲକ୍ଷ୍ନୌ: ବାବ୍ରି ମସଜିଦ୍ ଭଙ୍ଗା ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର ସିବିଆଇ କୋର୍ଟ ପରବର୍ତ୍ତୀ ଶୁଣାଣି ପାଇଁ ଜୁନ୍ 4 ତାରିଖ ସ୍ଥିର କରିଛନ୍ତି । ଏହି ତାରିଖରେ ସମସ୍ତ ଅଭିଯୁକ୍ତଙ୍କୁ ବୟାନ ରେକର୍ଡିଂ ପାଇଁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଏଲ.କେ ଆଡଭାନୀ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଏବଂ ବିଜେପିର ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀ, ଉମା ଭାରତୀ, ବିନୟ କଟିୟାରଙ୍କ ସମତେ 32 ଜଣ ଅଭିଯୁକ୍ତ ରହିଛନ୍ତି ।
ବାବ୍ରି ମସଜିଦ୍ ଭଙ୍ଗା ମାମଲା: ବିଜେପି ନେତାଙ୍କ ସମେତ 32 ଅଭିଯୁକ୍ତଙ୍କ ହେବ ବୟାନ ରେକର୍ଡ - ବାବ୍ରୀ ମସଜିଦ୍ ଭଙ୍ଗା ମାମଲା
ବାବ୍ରି ମସଜିଦ୍ ଭଙ୍ଗା ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର ସିବିଆଇ କୋର୍ଟ ପରବର୍ତ୍ତୀ ଶୁଣାଣି ପାଇଁ ଜୁନ୍ 4 ତାରିଖ ସ୍ଥିର କରିଛନ୍ତି । ଏହି ମାମଲାରେ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଏଲ.କେ ଆଡଭାନୀ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଏବଂ ବିଜେପିର ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀ, ଉମା ଭାରତୀ, ବିନୟ କଟିୟାରଙ୍କ ସମତେ 32 ଜଣ ଅଭିଯୁକ୍ତ ରହିଛନ୍ତି ।
![ବାବ୍ରି ମସଜିଦ୍ ଭଙ୍ଗା ମାମଲା: ବିଜେପି ନେତାଙ୍କ ସମେତ 32 ଅଭିଯୁକ୍ତଙ୍କ ହେବ ବୟାନ ରେକର୍ଡ ବାବ୍ରୀ ମସଜିଦ୍ ଭଙ୍ଗା ମାମଲା](https://etvbharatimages.akamaized.net/etvbharat/prod-images/768-512-7383298-thumbnail-3x2-photojpeg.jpg)
ବାବ୍ରି ମସଜିଦ୍ ଭଙ୍ଗା ମାମଲା: ବିଜେପି ନେତାଙ୍କ ସମେତ 32 ଅଭିଯୁକ୍ତଙ୍କ ହେବ ବୟାନ ରେକର୍ଡ
ଯଦି ସେମାନେ ସ୍ବାସ୍ଥ୍ୟାବସ୍ଥା ଏବଂ ଅନ୍ୟାନ୍ୟ କାରଣରୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ବିଫଳ ହୁଅନ୍ତି ତେବେ ସେମାନଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ବୟାନ ରେକର୍ଡ କରିବା ପାଇଁ ଅନୁମତି ଦିଆଯିବ ବୋଲି କୁହାଯାଇଛି ।
ଉଲ୍ଲେଖନୀୟ ଯେ, ଡିସେମ୍ବର 6, 1992ରେ ଅଯୋଧ୍ୟାରେ ଥିବା ବାବ୍ରି ମସଜିଦର ଢାଞ୍ଚାକୁ ଧ୍ବଂସ କରି ଦିଆଯାଇଥିଲା । ଏହି ଘଟଣାରେ ଅନେକ ମାମଲା ଦାୟର କରାଯାଇଥିଲା । ତଦନ୍ତ ସିବିଆଇକୁ ଦିଆଯିବା ପରେ ସେ 49 ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଥିଲା । ଯେଉଁଥିରୁ 17 ଜଣଙ୍କର ମୃତ୍ୟୁ ଘଟିଛି ।