ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ଆରମ୍ଭ ହୋଇଥିବା ପ୍ରଦର୍ଶନ ଉତ୍ତର ପ୍ରଦେଶରେ ହିଂସାକାଣ୍ଡର ରୂପ ନେଇଛି । ପ୍ରଦର୍ଶନକାରୀ ପୋଲିସ ଉପରେ ପଥର ମାଡ କରିବା ସହ ପୋଲିସ ଷ୍ଟେସନ ଏବଂ ବିଭିନ୍ନ ଗାଡିମଟର ଜାଳିଦେଇଛନ୍ତି ।
CAAକୁ ନେଇ ଉତ୍ତର ପ୍ରଦେଶରେ ବ୍ୟାପକ ହିଂସା, ପୋଲିସ ଷ୍ଟେସନ ଜାଳିଲେ ପ୍ରଦର୍ଶନକାରୀ - ପୋଲିସ ଷ୍ଟେସନ ଜାଳିଲେ ପ୍ରଦର୍ଶନକାରୀ
ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ଆରମ୍ଭ ହୋଇଥିବା ପ୍ରଦର୍ଶନ ଉତ୍ତର ପ୍ରଦେଶରେ ହିଂସାକାଣ୍ଡର ରୂପ ନେଇଛି । ଲକ୍ଷ୍ନୌର ମେହନ୍ଦିଗଞ୍ଜ ପୋଲିସ ଷ୍ଟେସନରେ ନିଆଁ ଲଗାଇବା ସହ ଅନେକ ପୋଲିସ ଗାଡି ଜାଳି ଦେଇଛନ୍ତି ପ୍ରଦର୍ଶନକାରୀ ।
ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରେ ପ୍ରଦର୍ଶନକାରୀ ଏକ ସରକାରୀ ବସ୍ ଜାଳି ଦେଇଛନ୍ତି । ବ୍ୟାପକ ହିଂସାକାଣ୍ଡ ପରେ ସମ୍ଭଲ ଜିଲ୍ଲାରେ ଇଣ୍ଟରନେଟ ସେବା ଉପରେ କଟକଣା ଲଗାଯାଇଛି । ସେପଟେ ରାଜଧାନୀ ଲକ୍ଷ୍ନୌର ମେହନ୍ଦିଗଞ୍ଜ ପୋଲିସ ଷ୍ଟେସନରେ ନିଆଁ ଲଗାଇବା ସହ ଅନେକ ପୋଲିସ ବାହନ ଜାଳି ଦେଇଛନ୍ତି ପ୍ରଦର୍ଶନକାରୀ । ଏହା ବ୍ୟତୀତ ପୋଲିସ ଉପରକୁ ପଥରମାଡ କରିବା ସହ ନାରାବାଜି ମଧ୍ୟ କରିଛନ୍ତି ସେମାନେ ।
ସେପଟେ ପୋଲିସ ସେମାନଙ୍କୁ ରୋକିବା ପାଇଁ ଲାଠି ଚାର୍ଜ କରିବା ସହ ପ୍ରଦର୍ଶନକାରୀଙ୍କ ଉପରେ ଲୁହବୁହା ବାଷ୍ପ ପ୍ରୟୋଗ କରିଛି । ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମଧ୍ୟ ସମାଜବାଦୀ ପାର୍ଟି କାର୍ଯ୍ୟକର୍ତ୍ତା ଏବଂ ପୋଲିସ ମଧ୍ୟରେ ବ୍ୟାପକ ହିଂସାକାଣ୍ଡ ଘଟିଛି ।