ନୂଆଦିଲ୍ଲୀ: କୋରୋନା ଭାଇରସକୁ ନେଇ ଲକଡାଉନ ଶେଷ ହେବା ପରେ ବର୍ତ୍ତମାନ ଦେଶରେ ଅନଲକ 1.0 ଲାଗୁ ହୋଇଛି । ଏହି ଅଧିନରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଧୀରେ ଧୀରେ ଅନେକ କ୍ଷେତ୍ରରେ ସାମାନ୍ୟ ଛାଡ କରିଛନ୍ତି । ଏହି କ୍ରମରେ ଭାରତୀୟ ରେଳ ମଧ୍ୟ ସାରା ଦେଶରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ କରିଛି। ଏହି ଟ୍ରେନ୍ ଗୁଡିକ ସାମାଜିକ ଦୂରତା, ମାସ୍କ ଏବଂ ପରିମଳ ନିୟମକୁ ପାଳନ କରିବାକୁ ଆଦେଶ ଦିଆଯାଇଛି । ଏହାଛଡା ରେଲୱେ ଯାତ୍ରୀଙ୍କ ରିଜରଭେସନ ଟିକେଟ୍ ପାଇଁ କିଛି ନିୟମରେ ମଧ୍ୟ ପରିବର୍ତ୍ତନ ଆଣିଛନ୍ତି।
ନୂଆ ଆଦେଶ ଅନୁଯାୟୀ, ପ୍ରତ୍ୟେକ ଯାତ୍ରୀଙ୍କ ଟିକେଟ୍ ବୁକିଂ ସମୟରେ ରିଜରଭେସନ ଫର୍ମ ଉପରେ ଅଧିକ ସୂଚନା ଦେବା ବାଧ୍ୟତାମୂଳକ ହେବ । ଏହା ବିନା ଟିକେଟ ମିଳିବ ନାହିଁ । ଏହି ସୂଚନାରେ ଆପଣ କେଉଁଠାକୁ ଯାତ୍ରା କରିବାକୁ ଯାଉଛନ୍ତି ତାହାର ସମ୍ପୂର୍ଣ୍ଣ ଠିକଣା ଦେବାକୁ ପଡିବ। କେବଳ ସହର ଲେଖିବା ଦ୍ବାରା କିଛି ହେବ ନାହିଁ, ଏହା ବ୍ୟତୀତ ସେହି ସ୍ଥାନର ସମ୍ପୃକ୍ତ ପିନକୋଡ ମଧ୍ୟ ଦେବାକୁ ପଡିବ ।