ଲକ୍ଷ୍ନୌ: ତମାଖୁ ସେବନ କଲେ ହୁଏତ ଆପଣଙ୍କୁ 40 ପ୍ରକାର କ୍ୟାନସର ଓ 25 ପ୍ରକାର ଅନ୍ୟାନ୍ୟ ରୋଗ ହୋଇପାରେ। କିନ୍ତୁ ଏହି ତମାଖୁ କୋରୋନା ଭାଇରସକୁ ଜଣେ ମଣିଷର ଶରୀରକୁ ପ୍ରବେଶ ଓ ବ୍ୟାପିବାରେ ରୋକିପାରେ।
ଫ୍ରାନ୍ସର ଏକ ଖ୍ୟାତନାମା ଶିକ୍ଷାନୁଷ୍ଠାନର ଗବେଷକଙ୍କ କହିବା ମୁତାବକ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବହୁତ କମ ଲୋକ ଅଛନ୍ତି ଯେଉଁ ମାନେ ତମାଖୁ ସେବ କରି କୋରୋନା ଆକ୍ରାନ୍ତ ହୋଇଛନ୍ତି।
ଏହା ଫ୍ରାନ୍ସର ଜଣେ ଖ୍ୟାତନାମା ଗବେଷକଙ୍କ ଦାବି ବୋଲି କହିଛନ୍ତି ଲକ୍ଷ୍ନୌ କେଜିଏମୟୁ ରେସିପିରୋଟୋରୀ ମେଡିସିନ ଡିର୍ପାଟମେଣ୍ଟର ମୁଖ୍ୟ ଡାକ୍ତର ସୂର୍ଯ୍ୟକାନ୍ତ। ସେ ପୁଣି କହିଛନ୍ତି ଯଦି ଏହାକୁ ଫ୍ରାନ୍ସ ସରକାର ଅନୁମତି ପ୍ରଦାନ କରନ୍ତି( ନିକୋଟିନ ଥେରାପି) ତେବେ କୋରୋନା ଯୁଦ୍ଧ ଲଢୁଥିବା ଆଗଧାଡିର ଯୋଦ୍ଧାଙ୍କୁ ନିକୋଟିନ ଯୁକ୍ତ ଚୁଇଙ୍ଗମ ପ୍ରଦାନ କରାଯିବ। ଯାହା ସେମାନଙ୍କୁ କୋରୋନା ସଂକ୍ରମଣରୁ ରକ୍ଷା କରିବ ବୋଲି ଆକଳନ କରାଯାଉଛି।
ଅନ୍ୟ ଏକ ସୂଚନା ମୁତାବକ ଫ୍ରାନ୍ସରେ ଏନେଇ ଏକ ପତ୍ରିକା ଏପ୍ରିଲ 21ରେ ପ୍ରକାଶ ପାଇଥିଲା। ଗବେଷକଙ୍କ କହିବା ମୁତାବକ 350 ଜଣ କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ କେବଳ ନିକୋଟିନ ସେବନକାରୀ ହେଉଛନ୍ତି 4.4 ପ୍ରତିଶତ। ସେହିଭଳି ସୁସ୍ଥ ହୋଇ ଘରକୁ ଫେରିଥିବା 130 ଆକ୍ରାନ୍ତଙ୍କ ମଧ୍ୟରୁ 5.3 ପ୍ରତିଶତ ଧୂମ୍ରପାନ କରୁଥିଲେ।
ପୁଣି ଡାକ୍ତର ସୂର୍ଯ୍ୟକାନ୍ତଙ୍କ କହିବା ମୁତାବକ, ତମାଖୁ ସେବନକୁ ଆମେ ସମର୍ଥନ କରୁନାହୁଁ କିନ୍ତୁ ପ୍ରତିଷେଧକ ପଦକ୍ଷେପ ଭାବେ ଆଗଧାଡିର କୋରୋନା ଯୋଦ୍ଧାଙ୍କୁ ନିକୋଟିନ ଥେରାପି ଦେବା ନେଇ ଆମେ ଚିନ୍ତା କରୁଛୁ।