ଲକ୍ଷ୍ନୌ: ଆକ୍ସନ ମୁଡରେ ଲକ୍ଷ୍ନୌ ପୋଲିସ । ଗତ 19 ଡିସେମ୍ବରରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ହୋଇଥିବା ହିଂସାରେ ସାମିଲ ଥିବା ବିରୋଧ ପ୍ରଦର୍ଶନକାରୀଙ୍କ ବିରୋଧରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଯାହା ଫଳରେ ପୋଲିସ 100ରୁ ଅଧିକ ଲୋକଙ୍କୁ ନୋଟିସ ପଠାଇଛି । ଏଥିସହ ପ୍ରଶାସନ ଅଭିଯୁକ୍ତଙ୍କୁ ଚିହ୍ନିବା ପ୍ରକ୍ରିୟା ଆରମ୍ଭ କରିଛି ।
ଏପଟେ ଯେଉଁ ପରିବାରଙ୍କୁ ସମ୍ପତ୍ତି ଜବତ ହେବାର ନୋଟିସ ପଠାଯାଇଛି ସେମାନେ ନିଜକୁ ନିର୍ଦ୍ଦୋଷ କହୁଛନ୍ତି । ମାତ୍ର ପୋଲିସ ତାର ତଦନ୍ତ ଜାରି ରଖିଛି । ତେବେ ୟୁପିରେ ମୋଟ 10 ହଜାରରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏଥିସହ ଏହି ଘଟଣାରେ 100ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିବା ବେଳେ ପାଖାପାଖି 6000 ଲୋକଙ୍କୁ ଅଟକ ରଖାଯାଇଛି ।