ଓଡିଶା

odisha

By

Published : Mar 31, 2019, 10:48 PM IST

Updated : Mar 31, 2019, 11:00 PM IST

ETV Bharat / bharat

ରାହୁଲଙ୍କୁ ମିଳିଲା ରାଷ୍ଟ୍ରୀୟ ସୁରକ୍ଷା ସମ୍ପର୍କିତ ରିପୋର୍ଟ

ଫେବୃଆରୀରେ ଦେଶ ପାଇଁ ଏକ ସୁରକ୍ଷା ସମ୍ବନ୍ଧୀୟ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ କଂଗ୍ରେସ 'ରାଷ୍ଟ୍ରୀୟ ସୁରକ୍ଷା ପର କାର୍ଯ୍ୟ ବଳ'ର ପ୍ରମୁଖ ଭାବେ ଡିଏସ ହୁଡ୍ଡାଙ୍କୁ ନିଯୁକ୍ତ କରିଥିଲା କଂଗ୍ରେସ । ବର୍ତ୍ତମାନ ସେ ଏହା ଉପରେ ନିଜ ରିପୋର୍ଟ ଦଳୀୟ ଅଧ୍ୟକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@Rahulgandhi

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଲାଗି ପଡିଛି ନିର୍ବାଚନୀ ତୟାରୀରେ । ଏପଟେ ଦଳ ଦେଶର ବିଭିନ୍ନ ବିଜ୍ଞ ବ୍ୟକ୍ତିଙ୍କ ଠାରୁ ରାୟ ନେଇ ପ୍ରସ୍ତୁତ କରୁଛି ନିର୍ବାଚନୀ ଇସ୍ତାହାର । ପାକ ଅଧିକୃତ କଶ୍ମୀରରେ ପଶି ଆତଙ୍କୀ କ୍ୟାମ୍ପ ଉପରେ କରିଥିବା ସର୍ଜିକାଲ ଷ୍ଟ୍ରାଇକର ମୁଖ୍ୟ ରଣନୀତିକାର ଲେଫ୍ଟନାଣ୍ଟଜେନେରାଲ (ଅବସରପ୍ରାପ୍ତ) ଡିଏସ ହୁଡ୍ଡା ରାଷ୍ଟ୍ରୀୟ ସୁରକ୍ଷା ସମ୍ବନ୍ଧୀୟ ଏକ ରିପୋର୍ଟ ରବିବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କରିଛନ୍ତି ହସ୍ତାନ୍ତର। ଏକ ମାସ ପୂର୍ବରୁ ରାହୁଲ ତାଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ସମ୍ବନ୍ଧୀୟ ଏକ ରିପୋର୍ଟ ହସ୍ତାନ୍ତରିତ କରିବାକୁ କହିଥିଲେ ।

ଫେବୃଆରୀରେ ଦେଶ ପାଇଁ ଏକ ସୁରକ୍ଷା ସମ୍ବନ୍ଧୀୟ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ କଂଗ୍ରେସ 'ରାଷ୍ଟ୍ରୀୟ ସୁରକ୍ଷା ପର କାର୍ଯ୍ୟ ବଳ'ର ପ୍ରମୁଖ ଭାବେ ଡିଏସ ହୁଡ୍ଡାଙ୍କୁ ନିଯୁକ୍ତ କରିଥିଲା । ବର୍ତ୍ତମାନ ସେ ଏହା ଉପରେ ନିଜ ରିପୋର୍ଟ କଂଗ୍ରେସ ଅଧ୍ୟକ୍ଷଙ୍କୁ ହସ୍ତାନ୍ତରିତ କରିଛନ୍ତି ।

ଏନେଇ ରାହୁଲ ଏକ ଟ୍ବିଟ କରି କହିଛନ୍ତି ଯେ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଡିଏସ ହୁଡ୍ଡା ଓ ତାଙ୍କ ଦଳ ଭାରତର ରାଷ୍ଟ୍ରୀୟ ସୁରକ୍ଷା ଉପରେ ଏକ ବ୍ୟାପକ ରିପୋର୍ଟ ପ୍ରସ୍ତୁତ କରିଛି । ଯାହାକୁ ସେ ଆଜି ମୋତେ ହସ୍ତାନ୍ତରିତ କରିଛନ୍ତି । ଏହି ସଂପୂର୍ଣ୍ଣ ରିପୋର୍ଟକୁ ଦଳ ମଧ୍ୟରେ ପ୍ରଥମେ ଚର୍ଚ୍ଚା ଓ ଆଲୋଚନା କରାଯିବ । ଏହାସହ ସେ ଡିଏସ ହୁଡ୍ଡାଙ୍କୁ ଏହି ରିପୋର୍ଟ ପାଇଁ ଧନ୍ୟବାଦ ଜଣାଇଛନ୍ତି ।


ବିଗତଦିନରେ ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ଯୋଜନା (ନ୍ୟାୟ) ବିଷୟରେ ଦଳ ଅଧ୍ୟକ୍ଷ ରାହୁଲ କରିଥିଲେ ଘୋଷଣା । 'ନ୍ୟାୟ' ଘୋଷଣା ପୂର୍ବରୁ ଦଳ ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ ସମେତ ବହୁ ବିଜ୍ଞ ଅର୍ଥଶାସ୍ତ୍ରୀଙ୍କ ସହ କରିଥିଲେ ଆଲୋଚନା ।


Last Updated : Mar 31, 2019, 11:00 PM IST

ABOUT THE AUTHOR

...view details