ଓଡିଶା

odisha

ETV Bharat / bharat

14 କର୍ପସ କମାଣ୍ଡର ଦାୟିତ୍ବ ଗ୍ରହଣ କଲେ ଲେଫ୍ଟନାଣ୍ଟ ଜେନେରାଲ ମେନନ - Lt Gen PGK Menon

ଫାୟାର ଏବଂ ଫ୍ୟୁରି କର୍ପସ କମାଣ୍ଡର ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ପିଜିକେ ମେନନ । ଅଧିକ ପଢନ୍ତୁ...

14 କର୍ପସ କମାଣ୍ଡର ଦାୟିତ୍ବ ଗ୍ରହଣ କଲେ ଲେଫ୍ଟନାଣ୍ଟ ଜେନେରାଲ ମେନନ
14 କର୍ପସ କମାଣ୍ଡର ଦାୟିତ୍ବ ଗ୍ରହଣ କଲେ ଲେଫ୍ଟନାଣ୍ଟ ଜେନେରାଲ ମେନନ

By

Published : Oct 13, 2020, 6:38 PM IST

ନୂଆଦିଲ୍ଲୀ: ସୀମାରେ ଭାରତ ଓ ଚୀନ ମଧ୍ୟରେ ଜାରି ରହିଛି ଉତ୍ତେଜନା ମଧ୍ୟରେ ଫାୟାର ଏବଂ ଫ୍ୟୁରି କର୍ପସ କମାଣ୍ଡର ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ପିଜିକେ ମେନନ । ସେ ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂଙ୍କ ସ୍ଥାନରେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି ।

ଫାୟାର ଆଣ୍ଡ ଫ୍ୟୁରି କର୍ପସ 14 କର୍ପସ ନାଁରେ ମଧ୍ୟ ଜଣାଶୁଣା । ଏହି 14 କର୍ପସ ପୂର୍ବ ଲଦାଖ ଅଞ୍ଚଳର ଦାୟିତ୍ବରେ ଅଛି, ଯେଉଁଠାରେ ଚୀନ ଚଳିତ ବର୍ଷ ଏପ୍ରିଲ ଓ ମେ ମାସ ମଧ୍ୟରେ ଏକାଧିକ ସ୍ଥାନ ନିଜ କବଜାକୁ ନେବାକୁ ପ୍ରୟାସ କରିଥିଲା । ଏହି ସେକ୍ଟରରେ ଉଭୟ ଦେଶ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ଚୀନ ସହିତ ଆୟୋଜିତ ହୋଇଥିବା ସାମରିକ ଆଲୋଚନାରେ 14 କର୍ପସ କମାଣ୍ଡର ମଧ୍ୟ ସାମିଲ ଅଛନ୍ତି ।

ସୀମାରେ ଭାରତ ଓ ଚୀନ ମଧ୍ୟରେ ଜାରି ରହିଛି ଉତ୍ତେଜନା । ଏହି ଉତ୍ତେଜନାକୁ କମ କରିବାକୁ ଦୁଇ ଦେଶ ମଧ୍ୟରେ ପର୍ଯ୍ୟାୟକ୍ରମେ ଘନଘନ ବୈଠକ ମଧ୍ୟ ବସୁଛି । ଗତ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନାରେ ଲେଫ୍ଟନାଣ୍ଟ ଜେନେରାଲ ମେନନ ଅଂଶଗ୍ରହଣ କରିଥିଲେ ।

ABOUT THE AUTHOR

...view details