ଓଡିଶା

odisha

ETV Bharat / bharat

ଦିଲ୍ଲୀ ହିଂସା: ଅଚଳ ଗୃହ, ମାର୍ଚ୍ଚ 11-12ରେ ଆଲୋଚନା

ଲୋକସଭାରେ ଦିଲ୍ଲୀ ହିଂସାକୁ ନେଇ ତୁରନ୍ତ ଆଲୋଚନା ପାଇଁ ଚାପ ପକାଉଛନ୍ତି ବିରୋଧୀ ଦଳ । କେନ୍ଦ୍ର ସରକାର ମାର୍ଚ୍ଚ 11 ରେ ଲୋକସଭା ଏବଂ 12ରେ ରାଜ୍ୟସଭାରେ ଦିଲ୍ଲୀ ହିଂସା ନେଇ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ହୋଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

By

Published : Mar 4, 2020, 4:00 PM IST

Updated : Mar 4, 2020, 4:40 PM IST

loksabha
ଲୋକସଭା

ନୂଆଦିଲ୍ଲୀ: ଲୋକସଭାରେ ଦିଲ୍ଲୀ ହିଂସାକୁ ନେଇ ତୁରନ୍ତ ଆଲୋଚନା ପାଇଁ ଚାପ ପକାଉଛନ୍ତି ବିରୋଧୀ ଦଳ । ଫଳରେ ବୁଧବାର ମଧ୍ୟ ଗୃହକାର୍ଯ୍ୟ ଠିକ ଭାବରେ ସମ୍ପନ୍ନ ହୋଇପାରିନାହିଁ । ଲୋକସଭା 2 ଥର ମୁଲତବୀ ହେବା ପରେ ତୃତୀୟ ଥର ପାଇଁ ଏହାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।

ତେବେ କେନ୍ଦ୍ର ସରକାର ମାର୍ଚ୍ଚ 11 ରେ ଲୋକସଭା ଏବଂ 12ରେ ରାଜ୍ୟସଭାରେ ଦିଲ୍ଲୀ ହିଂସା ନେଇ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ହୋଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି ।

ତେବେ ବୁଧବାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଦିଲ୍ଲୀ ହିଂସାକୁ ନେଇ ଲୋକସଭାରେ ହଙ୍ଗାମା କରିଥିଲେ ବିରୋଧୀ । ଫଳରେ ଗୃହକୁ ପ୍ରଥମେ ଦିନ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ମୁଲତବୀ ରଖାଗଲା । ଏହାପରେ ପୁଣିଥରେ ଅପରାହ୍ନ 2 ଟା ପର୍ଯ୍ୟନ୍ତ ମୁଲତବୀ ହୋଇଥିଲା ଲୋକସଭା । 2ଟାରେ ପୁଣିଥରେ ଆରମ୍ଭ ହୋଇଥିଲା ଗୃହକାର୍ଯ୍ୟ । ଏହି ସମୟରେ ବିବାଦ ସେ ବିଶ୍ବାସ ବିଲ୍‌ ପାରିତ ହୋଇଥିଲା । ଏହାପରେ ପୁଣି ଥରେ ଆସନ୍ତାକାଲି ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ କରିଥିଲେ ବାଚସ୍ପତି ।

ସେପଟେ ବିରୋଧୀ ଗୃହ ଚଳାଇବାକୁ ଆଗ୍ରହୀ ନଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଯୋଶୀ । ସେ କହିଛନ୍ତି, 'ଗୃହ କାର୍ଯ୍ୟ ସୁରୁଖୁରରେ ହେଉ । ଆମେ ଦିଲ୍ଲୀ ହିଂସାର ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ । କିନ୍ତୁ ସେମାନେ ଆଲୋଚନା ଚାହୁଁ ନାହାଁନ୍ତି । କେବଳ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । '

@ANI

Last Updated : Mar 4, 2020, 4:40 PM IST

ABOUT THE AUTHOR

...view details