ନୂଆଦିଲ୍ଲୀ: ଇଣ୍ଟର-ପାର୍ଲାମେଣ୍ଟାରୀ ୟୁନିୟନ( ଆଇପିୟୁ)ର ଚାଲିଥିବା ଗଭର୍ଣ୍ଣିଂ କାଉନସିଲ 206ତମ ଅଧିବେଶନରେ ସାମିଲ ହୋଇଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ଭର୍ଚୁଆଲ ମାଧ୍ୟମରେ ସାମିଲ ହୋଇଛନ୍ତି ଲୋକସଭା ବାଚସ୍ପତି । ତେବେ ଗତ 1ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ଚାଲିବ ।
2020-23 ଆଇପିୟୁର ନୂଆ ସଭାପତି ଚୟନ ନେଇ ଏହି ଅଧିବେଶନ ବସିଛି । ଯେଉଁଥିରେ ସାରା ବିଶ୍ବରୁ 144 ସାଂସଦ ଅଶଂଗ୍ରହଣ କରିଛନ୍ତି । ଗତ ରବିବାର ଆରମ୍ଭ ହୋଇଛି ଏହି ଚୟନ ପକ୍ରିୟା । ତେବେ ପ୍ରତ୍ୟେକ ଦେଶ 3ଟି ଭୋଟ ଦେଇ ପାରିବେ ।