ହାଇଦ୍ରାବାଦ: ଆରମ୍ଭ ହୋଇ ଯାଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଏହି ପ୍ରକ୍ରିୟାରେ ନେତାଠୁ ଜନତା ସମସ୍ତେ ସାମିଲ ହୋଇଛନ୍ତି । ଦେଶର ସଚେତନ ନାଗରିକ ହିସାବରେ ଭୋଟ ଦେଉଛନ୍ତି ଜନତା-ନେତା-ଅଭିନେତା । ମହାରାଷ୍ଟ୍ରର 17, ଉତ୍ତର ପ୍ରଦେଶ 13, ରାଜସ୍ଥାନ 13, ପଶ୍ଚିମବଙ୍ଗ 8, ମଧ୍ୟପ୍ରଦେଶ 6, ଓଡିଶା 6, ବିହାର 5, ଝାଡଖଣ୍ଡ 3 ଏବଂ ଜମ୍ମୁ କାଶ୍ମୀରର ଗୋଟିଏ ଲୋକସଭା ଆସନରେ ଚାଲିଛି ଭୋଟ ଗ୍ରହଣ ।
ସକାଳ 7ଟାରୁ ଆରମ୍ଭ ହୋଇ ଯାଇଛି ମତଦାନ । ଭୋଟ ଦେବା ପାଇଁ ଲାଇନରେ ଛିଡା ହୋଇଛନ୍ତି ନେତାଙ୍କ ଠୁ ଅଭିନେତା । ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ପହଞ୍ଚି ଦେଇଛନ୍ତି ଭୋଟ । ବିହାର ଲଖିସରାଇ ଜିଲ୍ଲାର ବରାହିୟାରୁ ମତଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ରାଜସ୍ଥାନ ଝଲୱାରରୁ ମତଦାନ ସାବ୍ୟସ୍ତ କରିଛନ୍ତି ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ । ମହାରାଷ୍ଟ୍ର ବରେଲିର 48ନଂ ବୁଥରୁ ମତଦାନ କରିଛନ୍ତି ମୁମ୍ବାଇ ନର୍ଥ ସେଣ୍ଟ୍ରାଲ ସାଂସଦ ପ୍ରାର୍ଥୀ ପୁନମ ମହାଜନ ।