ନୂଆଦିଲ୍ଲୀ: ଚନ୍ଦ୍ରରେ ବିକ୍ରମ ଲ୍ୟାଣ୍ଡରକୁ ଖୋଜିବାରେ ବିଫଳ ହୋଇଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) । ଏହାର ଏଲଆରଓ ‘ଚନ୍ଦ୍ରଯାନ-2’ର ବିକ୍ରମ ଲ୍ୟାଣ୍ଡରକୁ ଖୋଜି ପାଇନାହିଁ । ଆସନ୍ତା ଅକ୍ଟୋବରରୁ ପୁଣି ଥରେ ବିକ୍ରମକୁ ଖୋଜିବା ପାଇଁ ପୁଣି ଥରେ ପ୍ରୟାସ ଆରମ୍ଭ ହେବ ବୋଲି ନାସା ପକ୍ଷରୁ ଜଣାଇ ଦିଆଯାଇଛି ।
ବିକ୍ରମକୁ ଖୋଜିବାରେ ବିଫଳ ନାସା, ଅକ୍ଟୋବରେ ପୁଣି ହେବ ପ୍ରୟାସ - ଅକ୍ଟୋବରେ ବିକ୍ରମକୁ ଖୋଜିବ ନାସା
ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା)ର ଏଲଆରଓ ‘ଚନ୍ଦ୍ରଯାନ-2’ର ବିକ୍ରମ ଲ୍ୟାଣ୍ଡରକୁ ଖୋଜିବାରେ ହୋଇଛି ବିଫଳ । ଆସନ୍ତା ଅକ୍ଟୋବରରୁ ପୁଣି ଥରେ ବିକ୍ରମକୁ ଖୋଜିବାକୁ ପ୍ରୟାସ ଆରମ୍ଭ ହେବ ବୋଲି ନାସା ପକ୍ଷରୁ ଟ୍ବିଟ କରି ଜଣାଇ ଦିଆଯାଇଛି।
ଡିଜାଇନ ଫଟୋ
ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ଧ୍ରୃବରୁ ପାଖାପାଖି 600 କିଲୋମିଟର ଦୂରରେ ହାର୍ଡ ଲ୍ୟାଣ୍ଡିଂ କରିଥିଲା ବୋଲି ନାସାର ଏଲଆରଓ ଜଣାଇଥିଲା । ଗତ 17 ତାରିଖରେ ଏଲଆରଓ ବିକ୍ରମ ଅବତରଣ କରିଥିବା ସ୍ଥାନ ଉପର ଦେଇ ଗତି କରିଥିଲା । ସେତେବେଳେ ସଂଧ୍ୟା ହୋଇଥିବାରୁ ସେହି ସ୍ଥାନର ଫଟୋ ସଠିକ ଭାବେ ଉଠାଯାଇ ପାରିନାହିଁ । ତେଣୁ ବିକ୍ରମକୁ ଠାବ କରିବାରେ ବିଫଳ ହୋଇଛି ନାସା ।