ଲକ୍ଷ୍ନୌ: ମହାମାରୀ କୋରୋନାରେ ଆତଙ୍କିତ ସମଗ୍ର ବିଶ୍ବବାସୀ । ଯାହାକୁ ନେଇ ସବୁଠି ସ୍ବଚ୍ଛତା ଉପରେ ଧ୍ୟାନ ଦିଆଯଉଛି । ଏହି ପରିପ୍ରେକ୍ଷୀରେ ଭାରତରେ ମଧ୍ୟ ଗୁରୁତ୍ବର ସହିତ ସମସ୍ତ ବସ୍ତୁକୁ ସାନିଟାଇଜ କରାଯାଉଛି । କାରଣ ଜଣକ ହାତରୁ ଆଉ ଜଣକ ହାତକୁ ସବୁ ବସ୍ତୁମାନ ଯାଉଥିବାରୁ କୋରୋନା ବ୍ୟାପିବାର ଭୟ ରହୁଛି ଯାହାକୁ ନେଇ ଏପରି ପଦକ୍ଷେପ ନିଆଯାଇଛି ।
କୋରୋନା ପ୍ରଭାବ: ସାନିଟାଇଜ ହେଲା ଏଲପିଜି ସିଲିଣ୍ଡର - ସାନିଟାଇଜ ହେଲା ଏଲପିଜି ସିଲିଣ୍ଡର
ଗାଜିଆବାଦ ସ୍ଥିତ ଲୋନିରେ ଭାରତ ପେଟ୍ରୋଲିୟମର ଏଲପିଜି ସିଲିଣ୍ଡରକୁ ସାନିଟାଇଜ କରାଯାଉଛି । ଅଧିକ ପଢନ୍ତୁ...
ସାନିଟାଇଜ ହେଲା ଏଲପିଜି ସିଲିଣ୍ଡର
ଏନେଇ ସୋମବାର ଉତ୍ତରପ୍ରେଦଶର ଗାଜିଆବାଦ ସ୍ଥିତ ଲୋନିରେ ଭାରତ ପେଟ୍ରୋଲିୟମର ଏଲପିଜି ବଟଲିଂ ପ୍ଲାଣ୍ଟରେ ସିଲିଣ୍ଡର ଗୁଡିକୁ ସାନିଟାଇଜ କରାଯାଉଛି । ଉତ୍ତର ପ୍ରଦେଶର ଏଲପିଜି ପରିଚାଳକ ପୱନ କୁମାର କହିଛନ୍ତି ଯେ, ''ଆମେ ଆମର ଗ୍ରାହକଙ୍କ ଘରେ ନେଇ ଡିଜେନିଫେକଟେଡ୍ ଏଲପିଜି ସିଲିଣ୍ଡର ବିତରଣ କରୁଛୁ''। ଆଉ ଏଲପିଜି ସିଲିଣ୍ଡରର କୌଣସି ଅଭାବ ନାହିଁ ତେଣୁ ଚିନ୍ତା କରିବାର କୌଣସି କାରଣ ନାହିଁ ।