ଥିରୁଅନନ୍ତପୁରମ: ନିଜ ସନ୍ତାନର ସ୍ବପ୍ନକୁ ସାକାର କରିବା ପାଇଁ କିଛି ବି କରି ପାରନ୍ତି ବାପା-ମା । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେରଳରେ । ୟୁକେଜି ଶ୍ରେଣୀରେ ପଢୁଥିବା ଅଧୱେତଙ୍କର ସ୍ବପ୍ନ ଥିଲା ବୁଲେଟ ଚଢିବା । କମ୍ ବୟସରୁ ହିଁ ବୁଲେଟ ଚଳାଇବାର ସ୍ବପ୍ନ ଦେଖିଥିଲେ ସେ । ଯାହାକୁ ପୂରଣ କରିଛନ୍ତି ତାଙ୍କ ବାପା ଅନୁପ ସଦାନନ୍ଦନ । ସେ ନିଜ ପୁଅ ପାଇଁ ପ୍ରସ୍ତୁତ କରିଛନ୍ତି ଏକ କ୍ଷୁଦ୍ର ରୟାଲ ଏନଫିଲ୍ଡ ବାଇକ ।
ଏହି ଦୃଶ୍ୟ ଦେଖିବାକୁ ମିଳିଛି କେରଳର ପଠାନପୁରମ ଅଞ୍ଚଳରେ । ଅନୁପଙ୍କର ଡିଜାଇନ ଏବଂ ଇଞ୍ଜିନିୟରିଂ ବେଶ ରୁଚି ରହିଛି । ତେବେ ତାଙ୍କର ଏହି ରୁଚି ପୁଅ ପାଇଁ ରୟାଲ ଏନଫିଲ୍ଡ ବାଇକ ପ୍ରସ୍ତୁତ କରିବାକୁ ପ୍ରେରିତ କରିପାରିଛି ।