ଓଡିଶା

odisha

ETV Bharat / bharat

କର୍ଣ୍ଣାଟକ ବନ୍ୟାର କରାଳ ରୂପ, 4000 କୋଟିର କ୍ଷତି - Loss in Karnataka floods

କର୍ଣ୍ଣାଟକ ରାଜସ୍ୱ ମନ୍ତ୍ରୀ ଆର ଅଶୋକା କହିଛନ୍ତି ଯେ ଯଦି ରାଜ୍ୟରେ ବର୍ଷା ଓ ବନ୍ୟା ଯୋଗୁଁ କ୍ଷୟକ୍ଷତିର ଆକଳନ କରାଯାଏ ତେବେ ଏହାର ପରିମାଣ 3,500-4,000 କୋଟି ହେବ । ଅଧିକ ପଢନ୍ତୁ...

କର୍ଣ୍ଣାଟକ ବନ୍ୟାର କରାଳ ରୂପ, 4000 କୋଟିର କ୍ଷତି
କର୍ଣ୍ଣାଟକ ବନ୍ୟାର କରାଳ ରୂପ, 4000 କୋଟିର କ୍ଷତି

By

Published : Aug 10, 2020, 6:22 PM IST

ବେଙ୍ଗାଲୁରୁ: ଦେଶରେ କୋରୋନା ସଙ୍କଟ ମଧ୍ୟରେ ବିଭିନ୍ନ ସ୍ଥାନରେ ଜାରି ରହିଛି ବନ୍ୟାର ପ୍ରକୋପ । କର୍ଣ୍ଣାଟକ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ନେଇ ଖବର ସାମ୍ନାକୁ ଆସିଛି । ପାଖାପାଖି 3,500ରୁ 4,000 କୋଟି ଟଙ୍କାର ସମ୍ପତ୍ତି ଓ ଫସଲ ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି । ତେବେ ଏନେଇ ତୁରନ୍ତ ଜରୁରୀ ସହାୟୟତା ଯୋଗାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କର୍ଣ୍ଣାଟକ ରାଜସ୍ବ ମନ୍ତ୍ରୀ ଆର. ଅଶୋକା ।

କର୍ଣ୍ଣାଟକ ବନ୍ୟା ସମୀକ୍ଷା ନେଇ ପ୍ରଧାନନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସରେ ଆଲୋଚନା କରିଥିଲେ ରାଜସ୍ବ ମନ୍ତ୍ରୀ । କର୍ଣ୍ଣାଟକ ଗୃହମନ୍ତ୍ରୀ ବସବରାଜ ବୋମ୍ମଇ ମଧ୍ୟ ଏଥିରେ ସାମିଲ ଥିଲେ ।

ଅଧିକାରୀଙ୍କ ଆକଳନ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷତି 3500 ରୁ 4,000 କୋଟି ଟଙ୍କା ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହା ଚୂଡାନ୍ତ ନୁହେଁ । ପ୍ରାୟ 80,000 ଏକର ଜମିରେ ଫସଲ ନଷ୍ଟ ହୋଇଯାଇଛି । ଏନେଇ ଚୂଡାନ୍ତ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି ଅଶୋକା ।

ABOUT THE AUTHOR

...view details