ଓଡିଶା

odisha

ETV Bharat / bharat

ମୋଟାପଣକୁ ଦୂର କରିବ ଆଇସ ଥେରାପି...

ମୋଟପଣକୁ ଦୂର କରିବ ଆଇସ ଥେରାପି । ଏହି ବରଫ ଶରୀରର ଥିବା ଏକଷ୍ଟ୍ରା ଫ୍ୟାଟକୁ କମେଇବାରେ ସାହାଯ୍ୟ କରେ । ତେବେ ଆସନ୍ତୁ ଜାଣିବା ଏହାକୁ କେମିତି ବ୍ୟବହାର କରିବେ ।

By

Published : Jun 19, 2019, 2:01 PM IST

ପ୍ରତିକାତ୍ମକ ଫଟୋ

ବ୍ୟସ୍ତବହୁଳ ଜୀବନ, ଜଙ୍କ ଫୁଡ ଓ ଖାଦ୍ୟରେ ଅନିୟମିତତା । ଏଥିପାଇଁ ଅନେକ ଲୋକ ମେଦବହୁଳତାର ଶିକାର ହେଉଛନ୍ତି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସମସ୍ତେ ଜିମ ଯାଉଛନ୍ତି । ପିଲାଠୁ ବଡ ସମସ୍ତେ ଘଣ୍ଟା ଘଣ୍ଟା ସମୟ ଜିମରେ ଅତିବାହିତ କରୁଛନ୍ତି । ତେବେ କେବେ ଆପଣ ଭାବିଛନ୍ତି କି ଗରମ ସମୟରେ ଥଣ୍ଡା ପାଇଁ ଆମେ ଯେଉଁ ଆଇସ ବ୍ୟବହାର କରୁ ତାହା ଆପଣଙ୍କୁ ପତଳା ହେବାରେ ସାହାଯ୍ୟ କରିବ । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଆସନ୍ତୁ ଜାଣିବା ଏହି ଆଇସ ଥେରାପି ବିଷୟରେ...

ବରଫକୁ ଆମେ ଖାଇବା, ପିଇବା ଓ ସୁନ୍ଦରତା ପାଇଁ ବ୍ୟବହାର କରୁ । ଏହାଛଡା ବରଫକୁ ମଧ୍ୟ ମସାଜ ପାଇଁ ବ୍ୟବହାର କରାଯାଏ । ଏହି ବରଫ ଶରୀରର ଥିବା ଏକଷ୍ଟ୍ରା ଫ୍ୟାଟକୁ କମେଇବାରେ ସାହାଯ୍ୟ କରେ। ଯାହାକୁ ଆଇସ ଥେରାପି କୁହାଯାଏ ।

ବରଫ ଲଗାଇବା ଫଳରେ ଶରୀରରେ ଡିଟକ୍ସିଫିକେସନ ହେବା ସହ ଏହା ଶରୀରରେ କୋଷିକାକୁ ଶକ୍ତ କରିଥାଏ । ତେଣୁ ପ୍ରତିଦିନ ଏପରି କରିବା ଫଳରେ ଫ୍ୟାଟ ଅଂଶ ହ୍ରାସ ପାଏ ।

ଘରେ କିପରି କରିବେ ଆଇସ ଥେରାପି ...

ପ୍ରଥମେ କିଛି ପିସ ଆଇସ ନିଅନ୍ତୁ । ଏହାକୁ ଏକ ଜିପ ବ୍ୟାଗରେ ବନ୍ଦ କରି ରଖନ୍ତୁ । ପରେ ପରେ ଯେଉଁ ସ୍ଥାନରେ ଆପଣଙ୍କ ଅତ୍ୟଧିକ ଚର୍ବି ରହିଛି, ସେହି ସ୍ଥାନରେ ମାଲିସ କରନ୍ତୁ । ଯଦି ଆପଣଙ୍କ ପାଖରେ ଜିପ ବ୍ୟାଗ ନାହିଁ, ତେବେ ଆଇସକୁ ଏକ କପଡା ଗୁଡାଇ ମାଲିସ କରିପାରିବେ ।

ଆଇସ ଥେରାପି କରିବା ପୂର୍ବରୁ ପ୍ରଥମେ ମୁହଁକୁ ଭଲ ଭାବେ ବାଲିରେ ସଫା କରନ୍ତୁ । ଏପରି କରିବା ଫଳରେ ଶରୀରରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ । ଏହାପରେ ଆଇସ ଥେରାପି କରନ୍ତି ତେବେ ଉତ୍ତମ ରେଜଲ୍ଟ ପାଇବେ । ଯଦି ଆପଣ ଘରେ ଆଇସ ଥେରାପି କରୁଛନ୍ତି । ତେବେ ସିଧାସଳଖ ଆଇସକୁ ମୁହଁରେ ଲଗାନ୍ତୁ ନାହିଁ ।

For All Latest Updates

ABOUT THE AUTHOR

...view details