କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବଡ଼ ବୟାନ । କହିଲେ ଅସଲି ଅଯୋଧ୍ୟା ଭାରତରେ ନୁହେଁ ନେପାଳରେ ଅଛି ଓ ପ୍ରଭୁ ଶ୍ରୀରାମ ଚନ୍ଦ୍ର ଭାରତୀୟ ନୁହେଁ ନେପାଳି ।
ତେବେ କିଛି ଦିନ ପୂର୍ବରୁ ନେପାଳ ସରକାର ଭାରତୀୟ ଘରୋଇ ଗଣମାଧ୍ୟମକୁ ନେପାଳ ବିରୋଧରେ ମିଛ ଖବର ପ୍ରସାରଣ କରୁଥିବା ଅଭିଯୋଗ କରି ଭାରତୀୟ ଚ୍ୟାନେଲର ପ୍ରସାରଣ ବନ୍ଦ କରିଥିଲେ । ଏହାସହ ନେପାଳ ଏବେ ଭାରତକୁ ଏକ ‘ଡିପ୍ଲୋମେଟିକ ନୋଟ’ ପଠାଇଛି ଓ ନୂଆ ଦିଲ୍ଲୀକୁ ମିଛ ଖବର ପ୍ରସାରଣ ଉପରେ ରୋକ ଲଗାଇବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି ।