ଓଡିଶା

odisha

ETV Bharat / bharat

ଫାରୁକ ଅବଦୁଲ୍ଲାଙ୍କ ବୟାନ,'ରାମ ସାରା ବିଶ୍ବର' - ଫାରୁକ ଅବଦୁଲ୍ଲା

ଯଦି ଆହ୍ଲା ଓ ଭଗବାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରାଯିବ ତେବେ ଦେଶ ଭାଙ୍ଗିଯିବ ବୋଲି କହିଛନ୍ତି ଫାରୁକ ଅବଦୁଲ୍ଲା । ଅଧିକ ପଢନ୍ତୁ...

ଫାରୁକ ଅବଦୁଲ୍ଲାଙ୍କ ବୟାନ, 'ରାମ ସାରା ବିଶ୍ବର'
ଫାରୁକ ଅବଦୁଲ୍ଲାଙ୍କ ବୟାନ, 'ରାମ ସାରା ବିଶ୍ବର'

By

Published : Feb 9, 2021, 9:50 PM IST

ନୂଆଦିଲ୍ଲୀ: ନ୍ୟାସନାଲ କନଫେରେନ୍ସ ନେତା ଫାରୁକ ଅବଦୁଲ୍ଲା ସଂସଦରେ ସରକାରଙ୍କୁ ଘେରିବା ସହିତ ଚାଷୀଙ୍କ କଥା ଶୁଣିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଭଗବାନ ରାମ ସମସ୍ତଙ୍କର ଅଟନ୍ତି । ଯଦି ଆହ୍ଲା ଓ ଭଗବାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରାଯିବ ତେବେ ଦେଶ ଭାଙ୍ଗିଯିବ ବୋଲି କହିଛନ୍ତି ଅବଦୁଲ୍ଲା ।

ସରକାରଙ୍କୁ ଟାର୍ଗେଟ କରି ଫାରୁକ ଅବଦୁଲ୍ଲା କହିଛନ୍ତି, ଭଗବାନ ଓ ଆହ୍ଲା ଏକ । ଯଦି ବିଭେଦ ସୃଷ୍ଟି କରିବା ତାହେଲେ ଦେଶ ଭାଙ୍ଗିଯିବ । ଯଦି ଆମେ କୌଣସି ଭୁଲ କରିଛୁ ତେବେ ଆମେ ତାହାକୁ ସୁଧାରିବୁ । ସେହିପରି ଯଦି ଆମେ ଭୁଲ କରିବୁ ତାହେଲେ ଆପଣ ଆମକୁ ସୁଧାରିବେ । ଏହିପରି ଭାବରେ ଦେଶ ଚାଲିଥାଏ ।

ଅବଦୁଲ୍ଲା କହିଛନ୍ତି, ଆଜି ଆପଣ ଆମକୁ ପାକିସ୍ତାନୀ ଆଉ ଖାଲିସ୍ତାନୀ କହୁଛନ୍ତି । ହେଲେ ମୋତେ ଏଇଠି ମରିବାର ଅଛି ଆଉ ଏଇଠି ବଞ୍ଚିବାର ଅଛି । ମୁଁ କାହାକୁ ଭୟ କରେନି । ମୋତେ କେବଳ ଉପରବାଲାଙ୍କୁ ଉତ୍ତର ଦେବାର ଅଛି ବୋଲି କହିଛନ୍ତି ଅବଦୁଲ୍ଲା ।

ଫାରୁକ୍ ଅବଦୁଲ୍ଲା ଗୁରୁତ୍ବାରୋପ କରିଛନ୍ତି, ରାମ ହେଉଛନ୍ତି ସାରା ବିଶ୍ବର। ଯଦି ସେ ଦୁନିଆର ରାମ, ତେବେ ଆମ ସମସ୍ତଙ୍କର ରାମ । ସେହିପରି କୋରାନ ଓ ବାଇବଲ ମଧ୍ୟ ସମସ୍ତଙ୍କର ବୋଲି କହିଛନ୍ତି ଫାରୁକ ଅବଦୁଲ୍ଲା ।

ABOUT THE AUTHOR

...view details