ଓଡିଶା

odisha

ETV Bharat / bharat

ବିଘ୍ନ ବିନାଶିବେ ବିଘ୍ନନାଶକ

ହିନ୍ଦୁ ଶାସ୍ତ୍ରରେ ଏପରି କିଛି ବିଶ୍ବାସ ରହିଛି । ଯାହାଦ୍ବାରା ଆପଣଙ୍କ ଘରେ ପୁଣି ସୁଖ-ଶାନ୍ତି ଫେରି ଆସିବ ।

By

Published : Sep 6, 2019, 6:00 AM IST

ବିଘ୍ନ ବିନାଶିବେ ବିଘ୍ନନାଶକ

ହାଇଦ୍ରାବାଦ: ଆଜିର ଏହି ବ୍ୟସ୍ତମୟ ଜୀବନରେ ସମସ୍ତେ ଟିକିଏ ଶାନ୍ତି ଚାହୁଁଛନ୍ତି । ଆଉ ଏଥିପାଇଁ ଅନେକ କରୁଛନ୍ତି ବିଭିନ୍ନ ଉପାୟ । ତେବେ ହିନ୍ଦୁ ଶାସ୍ତ୍ରରେ ଏପରି କିଛି ବିଶ୍ବାସ ରହିଛି । ଯାହାଦ୍ବାରା ଆପଣଙ୍କ ଘରେ ପୁଣି ସୁଖ-ଶାନ୍ତି ଫେରି ଆସିବ । ତେବେ ଘରେ ଶାନ୍ତି ପାଇଁ ଆପାଣାନ୍ତୁ ଏହି ଉପାୟ....

ଗଣେଶ ମୂର୍ତ୍ତି


କୁହାଯାଏ ବିଘ୍ନହର୍ତ୍ତା ପ୍ରଭୁ ଶ୍ରୀ ଗଣେଶ । କୌଣସି ଶୁଭ କାର୍ଯ୍ୟ ପୂର୍ବରୁ ଗଜାନନଙ୍କ ଆରାଧନା କଲେ ସମସ୍ତ ବିଘ୍ନ କଟିଥାଏ । ତେବେ ଯଦି ଆପଣଙ୍କ ଘରେ ଅଶାନ୍ତି ଦେଖା ଦେଉଛି ତାହାଲେ ଗଣେଶ ପ୍ରଭୁଙ୍କୁ ପୂଜା କରନ୍ତୁ । ଏହାଦ୍ବାରା ଘରୁ ସମସ୍ତ ପ୍ରକାର ଅଶାନ୍ତି ଦୂର ହେବ ।

ଆମ୍ବପତ୍ର

କୌଣସି ଶୁଭ କାର୍ଯ୍ୟ ପୂର୍ବରୁ ଆମ୍ବପତ୍ରକୁ ଖୋଜା ଯାଇଥାଏ । କାରଣ ମାନ୍ୟତା ରହିଛି ଆମ୍ବପତ୍ରକୁ ଘର ବାହାରେ ଲଗାନ୍ତୁ ଏହାଦ୍ବାରା ସମସ୍ତ ଖରାପ ଶକ୍ତିର ବିନାଶ ଘଟିବ ।

ଶଙ୍ଖ

ପୁରାଣରେ ଶଙ୍ଖକୁ ନେଇ ଅନେକ ମାନ୍ୟତା ରହିଛି । ତେବେ ଶଙ୍ଖ ଧ୍ବନୀରେ ଅନେକ ରୋଗ ମଧ୍ୟ ଭଲ ହୋଇଥାଏ । ଏତତ୍ ବ୍ୟତିତ ଏହାକୁ ଠାକୁର ଘରେ ରଖି ପୂଜା କରିବା ଦ୍ବାର ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି । ଘରୁ ଆଶାନ୍ତି ମଧ୍ୟ ଦୂର ହୋଇଥାଏ ।

ABOUT THE AUTHOR

...view details