ନୂଆଦିଲ୍ଲୀ: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ସହ ଭର୍ଚୁଆଲ୍ କଥାବାର୍ତ୍ତା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି ଯେ ସେ ମିଳିତ ଭାବରେ ସେମାନଙ୍କର ଦ୍ବିପାକ୍ଷିକ ସମ୍ପର୍କକୁ ସମୀକ୍ଷା କରିବା ପାଇଁ ଅପେକ୍ଷା କରିଛନ୍ତି । କୋଭିଡ ପରେ ଦୁଇ ଦେଶ ସେମାନଙ୍କ ସହଯୋଗକୁ ଆହୁରି ବଢିବ ।
ରାଜପକ୍ଷ ଟ୍ବିଟ କରି କହିଛନ୍ତି, ‘26 ସେପ୍ଟେମ୍ବରରେ ହେବାକୁ ଥିବା ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଯୋଗାଯୋଗ କରିବାକୁ ଅପେକ୍ଷା କରିଛି । ରାଜନୀତି, ଅର୍ଥନୀତି, ପ୍ରତିରକ୍ଷା, ପର୍ଯ୍ୟଟନ ତଥା ଅନ୍ୟାନ୍ୟ କ୍ଷେତ୍ର ମଧ୍ୟରେ ଆମ ଦେଶ ମଧ୍ୟରେ ବହୁମୁଖୀ ଦ୍ବିପାକ୍ଷିକ ସମ୍ପର୍କ ସମୀକ୍ଷା କରିବାକୁ ଆଶା କରୁଛୁ’ ।