ଓଡିଶା

odisha

ETV Bharat / bharat

ରାଜୀବ କୁମାରଙ୍କୁ ଝଟକା: ସିବିଆଇ ପକ୍ଷରୁ ଲୁକ ଆଉଟ ନୋଟିସ ଜାରି - look out notice issued

କୋଲକାତାର ପୂର୍ବତନ ପୋଲିସ କମିଶନରଙ୍କୁ ଲୁକ ଆଉଟ ନୋଟିସ ଜାରି କଲା ସିବିଆଇର ଇମିଗ୍ରେସନ ବ୍ୟୁରୋ । ରାଜୀବଙ୍କ ବିରୋଧରେ ଶାରଦା ଚିଟଫଣ୍ଡ ସ୍କିମ ମାମଲାରେ ଦୁର୍ନୀତିର ପ୍ରମାଣ ନଷ୍ଟ କରିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : May 26, 2019, 10:20 PM IST

Updated : May 26, 2019, 11:35 PM IST

କୋଲକାତା: ଲୋକସଭା ନିର୍ବାଚନରେ ସରିବା ମାତ୍ରେ ହିଁ କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାର ଏବେ ଅଡୁଆରେ । ସିବିଆଇ ଘେରରେ ରାଜୀବ କୁମାର । ଶାରଦା ଚିଟଫଣ୍ଡ ସ୍କିମ ମାମଲାରେ ସିବିଆଇର ଇମିଗ୍ରେସନ ବ୍ୟୁରୋ ତାଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କରିଛନ୍ତି ।

ଏହି ନୋଟିସର ବୈଧତା 2020 ମେ 23 ତାରିଖ ପର୍ଯ୍ୟନ୍ତ ରହିବ । ଏହି ନୋଟିସ ଜରିଆରେ ଯଦି ରାଜୀବ କୁମାର ଦେଶ ଛାଡିବା କଥା ଚିନ୍ତା କରନ୍ତି, ତେବେ ତାଙ୍କ ପାଇଁ ଏହା ଭାରି ପଡିପାରେ ।

ସୂଚନା ଥାଉକି ଶାରଦା ଚିଟଫଣ୍ଡ ମାମଲାରେ ରାଜୀବ କୁମାର 2500 କୋଟି ଟଙ୍କାର ଦୁର୍ନୀତି କରିଥିବା ଅଭିଯୋଗ ଆସିଛି । ଏହାକୁ ଆଧାର କରି ସିବିଆଇ ତାଙ୍କୁ ପଚରାଉଚୁରା କରୁଛି । ସେପଟେ ପଶ୍ଚିମବଙ୍ଗରେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ରାଲି କରିବା ସମୟରେ ହିଂସାକାଣ୍ଡ ଘଟିଥିଲା । ସେହି ସମୟରେ ନିର୍ବାଚନ ଆୟୋଗ ଦ୍ବାରା ବଙ୍ଗଳାର ଏଡିଜି ସିଆଇଡି ପଦରେ ରହିଥିବା ରାଜୀବ କୁମାରଙ୍କୁ ହଟାଇଦେଇଥିଲା । ତା'ପରେ ଏବେ ତାଙ୍କୁ ଗୃହ ମନ୍ତ୍ରାଳୟରେ କାର୍ଯ୍ୟଭାର ଦିଆଯାଇଛି ।

ତେବେ ଚଳିତ ମାସରେ ସୁପ୍ରିମକୋର୍ଟ ଶାରଦା ଚିଟଫଣ୍ଡ ଦୁର୍ନୀତି ମାମଲାରେ ଫସିଥିବା ରାଜୀବ କୁମାରଙ୍କ ଯାଚିକାକୁ ଖାରଜ କରିଦେଇଛନ୍ତି । ରାଜୀବ ତାଙ୍କ ଗିରଫ ସମୟସୀମାକୁ ବୃଦ୍ଧି କରିବା ପାଇଁ କୋର୍ଟକୁ ଅପିଲ କରିଥିଲେ । ତାଙ୍କର ଗିରଫ ସମୟ ସୀମା ମେ 24 ତାରିଖ ପର୍ଯ୍ୟନ୍ତ ଥିଲା ।

Last Updated : May 26, 2019, 11:35 PM IST

ABOUT THE AUTHOR

...view details