ଓଡିଶା

odisha

By

Published : Sep 17, 2020, 9:16 PM IST

ETV Bharat / bharat

ସୁପ୍ରିମକୋର୍ଟଙ୍କୁ କେନ୍ଦ୍ରର ଜବାବ, 'ପ୍ରଥମେ ଡିଜିଟାଲ ମିଡିଆ ଉପରେ ଧ୍ୟାନ ଦିଅନ୍ତୁ'

ଗଣମାଧ୍ୟମ ପାଇଁ ଗାଇଡଲାଇନ ସ୍ଥିର କରିବା ନେଇ ମାମଲା । ସର୍ବୋଚ୍ଚ ନ୍ୟାୟାଳୟକୁ ଜବାବ ଦେଇଛନ୍ତି କେନ୍ଦ୍ର ସରକାର । ଟିଭି ମିଡିଆ ପୂର୍ବରୁ ଡିଜିଟାଲ ମିଡିଆ ଉପରେ ସୁପ୍ରିମକୋର୍ଟ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସରକାର ନିଜ ଜବାବରେ କହିଛନ୍ତି । ଅଧିକ ପଢନ୍ତୁ...

ସୁପ୍ରିମକୋର୍ଟଙ୍କୁ କେନ୍ଦ୍ରର ଜବାବ, 'ପ୍ରଥମେ ଡିଜିଟାଲ ମିଡିଆ ଉପରେ ଧ୍ୟାନ ଦିଅନ୍ତୁ'
ସୁପ୍ରିମକୋର୍ଟଙ୍କୁ କେନ୍ଦ୍ରର ଜବାବ, 'ପ୍ରଥମେ ଡିଜିଟାଲ ମିଡିଆ ଉପରେ ଧ୍ୟାନ ଦିଅନ୍ତୁ'

ନୂଆଦିଲ୍ଲୀ:ସୁପ୍ରିମକୋର୍ଟରେ ଗୁରୁବାର ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ଗାଇଡଲାଇନ ସ୍ଥିର କରିବା ମାମଲାର ଶୁଣାଣି ହୋଇଛି । ଏନେଇ ଏକ ଆଫିଡେଭିଟ ଦାଖଲ କରି ସର୍ବୋଚ୍ଚ ନ୍ୟାୟାଳୟକୁ ଜବାବ ଦେଇଛନ୍ତି କେନ୍ଦ୍ର ସରକାର । ଟିଭି ମିଡିଆ ପୂର୍ବରୁ ଡିଜିଟାଲ ମିଡିଆ ଉପରେ ସୁପ୍ରିମକୋର୍ଟ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସରକାର ନିଜ ଜବାବରେ କହିଛନ୍ତି ।

କେନ୍ଦ୍ର ସରକାର ନିଜ ଜବାବରେ କହିଛନ୍ତି, ମେନଷ୍ଟ୍ରିମ ମିଡିଆରେ ପ୍ରସାର ଓ ପ୍ରସାରଣ କେବଳ କାର୍ଯ୍ୟ କେବଳ ଥରେ ହୁଏ । ହେଲେ ଡିଜିଟାଲ ସବୁଦିନ ପାଇଁ ରହିଛି ଓ ଏହାର ପ୍ରଭାବ ବହୁତ ଶିଘ୍ର ପଡିଥାଏ ।

କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଆଜିକାଲି ଡିଜିଟାଲ ମିଡିଆରେ ତଥ୍ୟ ଖୁବଶିଘ୍ର ଲୋକଙ୍କ ନିକଟରେ ପହଞ୍ଚିଯାଉଛି । ଏଥିରେ ଟ୍ବିଟର, ଫେସବୁକ ଓ ହ୍ବାଟ୍ସଅପ ଭଳି ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖବର ଭାଇରାଲ ହେବାର ବିପଦ ରହିଛି । ତେବେ ଯଦି ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି, ତାହେଲେ ବୈଦ୍ୟୁତିକ ଗଣମାଧ୍ୟମ ପୂର୍ବରୁ ଡିଜିଟାଲ ମିଡିଆ ସମ୍ପର୍କରେ ମଧ୍ୟ ଶୁଣାଣି ହେଉ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଏକ ଟିଭି ଚ୍ୟାନେଲରେ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକଙ୍କ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ଜଡିତ ଏକ ଶୋ ଉପରେ ରୋକ ଲଗାଇଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହ କୋର୍ଟ ବୈଦ୍ୟୁତିକ ଗଣମାଧ୍ୟମ ସେଲ୍ଫ୍ ରେଗ୍ୟୁଲେସନ ପାଇଁ ଗାଇଡଲାଇନ ଜାରି କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହା ଉପରେ କେନ୍ଦ୍ରସରକାରଙ୍କ ପକ୍ଷରୁ ଆଫିଡେଭିଟ ଦାଖଲ କରାଯାଇଛି ।

ABOUT THE AUTHOR

...view details