ଓଡିଶା

odisha

ETV Bharat / bharat

ଦ୍ବିତୀୟ ଦିନରେ ବି ମଦ ଦୋକାନ ଆଗରେ ପ୍ରବଳ ଭିଡ, ସାମାଜିକ ଦୂରତ୍ବକୁ ଫୁ

ଦ୍ବିତୀୟ ଦିନରେ ନୋଏଡାରେ ମଦ ଦୋକାନ ଖୋଲିବାର ଦୁଇ ଘଣ୍ଟା ପୂର୍ବରୁ ଲୋକଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ଗୌତମ ବୁଦ୍ଧ ନଗର ଜିଲ୍ଲା ମାଜିଷ୍ଟ୍ରେଟ୍ ସୁହାସ୍ ଏଲ୍ ୱାଇ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ପୁଣି ମଦ ଦୋକାନ ସମେତ ଅନ୍ୟ ଆବଶ୍ୟକୀୟ ଦୋକାନ ସକାଳ 10ରୁ ସଂନ୍ଧ୍ୟା 7 ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

Long queues outside liquor shops in Noida on second day
ଦ୍ୱିତୀୟ ଦିନରେ ନୋଏଡାର ମଦ ଦୋକାନ ବାହାରେ ଲମ୍ବା ଧାଡି

By

Published : May 5, 2020, 3:58 PM IST

ନୂଆଦିଲ୍ଲୀ: ସୋମବାର ପୂର୍ବାହ୍ନରେ ଗୌତମ ବୁଦ୍ଧ ନଗରର ମଦ ଦୋକାନ ବାହାରେ ମଦୁଆମାନଙ୍କର ଲମ୍ବା ଧାଡି ଦେଖିବାକୁ ମିଳିଥିଲା। କୋରୋନା ପାଇଁ ଦେଶବ୍ୟାପୀ ଲକଡାଉନ ଚାଲିଥିବା ବେଳେ ଦିଲ୍ଲୀ ସରକାର ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ଦିନରେ ମଦ ଦୋକାନ ଆଗରେ ଲୋକଙ୍କର ଜମିଥିଲା ପ୍ରବଳ ଭିଡ । ସାମାଜିକ ଦୂରତା ମାନିବା ତ ଦୂରର କଥା ପରସ୍ପର ମଧ୍ୟରେ ଝଗଡ଼ା ମଧ୍ୟ ହୋଇ ଯାଇଥିଲା । ବାଧ୍ୟ ହୋଇ ପୋଲିସ ଲାଠି ଚାର୍ଚ୍ଚ କରିବା ସହ ମଦ ଦୋକାନର ସଟର ବନ୍ଦ କରିଦେଇଥିଲେ ।

ତେବେ ଦ୍ବିତୀୟ ଦିନରେ ମଦ ଦୋକାନ ଖୋଲିବାର ଦୁଇ ଘଣ୍ଟା ପୂର୍ବରୁ ସହରର ବିଭିନ୍ନ ସେକ୍ଟରରେ ଦୋକାନ ବାହାରେ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ରବିବାର ଦିନ ଗୌତମ ବୁଦ୍ଧ ନଗର ଜିଲ୍ଲା ମାଜିଷ୍ଟ୍ରେଟ୍ ସୁହାସ୍ ଏଲ୍ ୱାଇ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ପୁଣି ମଦ ଦୋକାନ ସମେତ ଅନ୍ୟ ଆବଶ୍ୟକୀୟ ଦୋକାନ ସକାଳ 10ରୁ ସଂନ୍ଧ୍ୟା 7 ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଘୋଷଣା କରିଛନ୍ତି ।

ଡିଏମଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାରେ 391 ଟି ମଦ ଏବଂ ବିୟର ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିବାବେଳେ କଣ୍ଟେନମେଣ୍ଟ ଜୋନରେ ଥିବା 36ଟି ଦେଶ ମଦ ଦୋକାନ ଏବଂ 91 ଟି ମଦ ଦୋକାନକୁ ବନ୍ଦ କରାଯାଇଛି । ନୋଏଡାର ସେକ୍ଟର 18 ଏବଂ ସେକ୍ଟର 27 ମଦ ଦୋକାନରେ କ୍ରେତାମାନଙ୍କ ଉଦ୍ଦେଶ୍ୟରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

@ IANS

ABOUT THE AUTHOR

...view details