ଲଣ୍ଡନ: ବ୍ରିଟେନର ଏକ କୋର୍ଟରୁ ସପ୍ତମ ଥର ପାଇଁ ଭାରତର ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଝଟକା ମିଳିଛି । ପୂନର୍ବାର ଖାରଜ ହୋଇଯାଇଛି ନୀରବଙ୍କ ଜାମିନ ।
ନୀରବ ମୋଦିକୁ ଝଟକା, ସପ୍ତମ ଥର ଜାମିନ ଯାଚିକା ଖାରଜ - ନୀରବ ମୋଦି
ଭାରତର ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଝଟକା । ପୂନର୍ବାର ଖାରଜ ହୋଇଯାଇଛି ନୀରବଙ୍କ ଜାମିନ । ଅଧିକ ପଢନ୍ତୁ...
ଭାରତର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରୁ ଋଣ ଠକେଇ ଏବଂ ଟଙ୍କା ହେରଫେର ଅଭିଯୁକ୍ତ ନୀରବ ମୋଦିଙ୍କୁ ପଳାତକ ଘୋଷିତ କରାଯାଇଛି। ସେ ତାଙ୍କ ପ୍ରତ୍ୟର୍ପଣ ଆଦେଶ ବିରୋଧରେ ବିଟେନ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ନୀରବ ମୋଦି ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ଲଣ୍ଡନର ଏକ ଜେଲରେ ଅଛନ୍ତି।
ଭାରତର ଦୁଇଟି ତଦନ୍ତକାରୀ ସଂସ୍ଥା ଦ୍ବାରା ନୀରବଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା। ଏହାପୂର୍ବରୁ ବ୍ରିଟେନର ଏକ କୋର୍ଟ ପ୍ରତ୍ୟର୍ପଣ ଶୁଣାଣିକୁ 3 ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଗତ ମାସରେ ମୋଦିଙ୍କ ଆଇନ ପରାମର୍ଶଦାତା ବ୍ରିଟେନର ଏକ କୋର୍ଟକୁ କହିଥିଲେ ଯେ ଏହି ମାମଲାକୁ ରାଜନୀତିକରଣ କରିବା କାରଣରୁ ନୀରବ ମୋଦିଙ୍କର ଭାରତରେ ନ୍ୟାୟ ପାଇବା ସମ୍ଭବ ନୁହେଁ ଏବଂ ଭାରତୀୟ ଜେଲରେ ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା ନ ଥିବାରୁ ସେ ଆତ୍ମହତ୍ୟା କରିବାର ମଧ୍ୟ ଆଶଙ୍କା ରହିଛି ।