ଓଡିଶା

odisha

ETV Bharat / bharat

ଲୋକସଭା ନିର୍ବାଚନ: ଓଡିଶା ଉପରେ ମୋଦିଙ୍କ ଫୋକସ, ଉତ୍ତରରେ ରାହୁଲଙ୍କ ଜୋଶ - priyanka gandhi

ନିର୍ବାଚନ ପାଖେଇ ଆସିବା ସହ ପ୍ରଚାର ମୈଦାନକୁ ଲମ୍ପ ମାରୁଛନ୍ତି ରାଜନେତା । ବିରୋଧୀଙ୍କ ଉପରେ ବର୍ଷିବା ପାଇଁ ପ୍ରଧାନମନ୍ତ୍ରୀ ଓଡିଶା, ତେଲେଙ୍ଗାନା ଓ ମଧ୍ୟପ୍ରଦେଶ ଗସ୍ତ କରୁଥିବା ବେଳେ ମୋଦି ହାୱାକୁ କାଉଣ୍ଟର କରିବା ପାଇଁ ରାହୁଲ ହରିୟାଣା ଗସ୍ତ କରିଛନ୍ତି ।

ଫାଇଲ ଫଟୋ

By

Published : Mar 29, 2019, 11:14 AM IST

Updated : Mar 29, 2019, 11:29 AM IST


ନୂଆଦିଲ୍ଲୀ: ଦେଶରେ ଗୋଟେ ପଟେ ଗରମ ବଢୁଥିବା ବେଳେ ନିର୍ବାଚନୀ ମାହୋଲ ବି ସରଗରମ ହେବାରେ ଲାଗିଛି। ଲୋକସଭା ନିର୍ବାଚନୀ ତାରିଖ ଯେତେ ପାଖେଇ ଆସୁଛି ପ୍ରଚାରପ୍ରସାର ମଧ୍ୟ ଜମିବାରେ ଲାଗିଛି । ଏସବୁ ଭିତରେ ରାଜନେତାମାନେ ନିଜର ଦମ ଦେଖାଇବାରେ ବ୍ୟସ୍ତ । ଏଥିପାଇଁ ସବୁ ଜିଲ୍ଲାକୁ ଲାଗିଛି ନେତାମନ୍ତ୍ରୀଙ୍କ ଘନଘନ ଗସ୍ତ।

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କ ଉପରେ ବର୍ଷିବା ପାଇଁ ଓଡିଶା, ତେଲେଙ୍ଗାନା ଓ ମଧ୍ୟପ୍ରଦେଶ ଗସ୍ତ କରି ଜନସଭାକୁ ସମ୍ବୋଧିତ କରିବେ। ଏଥର ନିର୍ବାଚନରେ ବିଜେପି ଓଡିଶା ସହିତ ଦେଶ ଉତ୍ତର-ପୂର୍ବଉପରେ ବେଶି ଫୋକସ ରଖିଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ମୋଦି ନିର୍ବାଚନୀ ପ୍ରଚାର କୋରାପୁଟରୁ ଆରମ୍ଭ କରିବେ।

ସପ୍ତଦଶ ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ଗୁରୁବାର ଠାରୁ ପ୍ରଚାର ଆରମ୍ଭ କରିଛନ୍ତି। ନିର୍ବାଚନୀ ପ୍ରଚାରର ପ୍ରଥମ ଦିନରେ ମୋଦି ଉତ୍ତରପ୍ରଦେଶ ମିରଠ, ଉତ୍ତରାଖଣ୍ଡର ରୁଦ୍ରପୁର ଏବଂ ଜମ୍ମୁକାଶ୍ମୀରର ଉଦ୍ଧାମପୁରରେ ଜନସଭାରେ ଏକ ରାଲି କରିଥିଲେ।

ସୂଚନା ଅନୁସାରେ ନିର୍ବାଚନୀ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ପ୍ରଥମେ ଜୟପୁର ଯିବେ। ସେଠାରେ ସମସ୍ତ କାର୍ଯ୍ୟ ଶେଷ ହେବା ପରେ ତେଲେଙ୍ଗାନାର ମେହବୁବ ନଗର ଅଭିମୁଖେ ଗସ୍ତ କରିବେ। ଶେଷରେ ଆନ୍ଧ୍ରପ୍ରଦେଶର କର୍ଣ୍ଣେଲ ଜନସଭାକୁ ସମ୍ବୋଧିତ କରି ଦିଲ୍ଲୀ ଫେରିଯିବେ।

ଅନ୍ୟପଟେ ମୋଦିଙ୍କ ହାୱାକୁ କମ କରିବା ପାଇଁ ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ହରିୟାଣାରେ ପ୍ରଚାର ପାଇଁ ଓହ୍ଲାଇଛନ୍ତି।ଏହାସହ କର୍ଣ୍ଣାଲରେ ହେବାକୁ ଥିବା ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ। ପରେପରେ ଯମୁନାନଗର, କୁରୁକ୍ଷେତ୍ରରେ ହେବାକୁ ଥିବାକାର୍ଯ୍ୟକ୍ରମରେ ଯୋଗ ଦେବେ।

ସେହିପରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଉତ୍ତରପ୍ରଦେଶ ଅଯୋଧ୍ୟାରେ ଅଛନ୍ତି। ସେ ଆଜି ସେଠାରେ ଧାର୍ମିକ ପୂଜାର୍ଚ୍ଚନା ସାରି କଂଗ୍ରେସକୁ ଭୋଟ ଦେବା ପାଇଁ ଲୋକଙ୍କୁ କହିବା ସହ ନିଜର ପକ୍ଷ ରଖିବେ।

ସୂଚନା ଅନୁସାରେ, ଗୁରୁବାର ହୋଇଥିବା ନିର୍ବାଚନୀ ପ୍ରଚାରରେ ମୋଦି ବିଶେଷ କରି 2 ଟି କଥାକୁ ବେଶି ଫୋକସ ଆଣିଥିଲେ।ସେଗୁଡିକ ହେଲା ରାଷ୍ଟ୍ରୀୟ ସୁରକ୍ଷା, ଆତଙ୍କବାଦ ଦମନ। ଏହାସହ କେନ୍ଦ୍ରସରକାର ଆତଙ୍କବାଦୀଙ୍କୁ ଦମନ ପାଇଁ ଜଳ,ସ୍ଥଳ ଓ ଅନ୍ତରୀକ୍ଷ ସବୁ ସ୍ଥାନରେ ସର୍ଜିକାଲ ଷ୍ଟ୍ରାଇକ କରି ନିଜର କରାମତି ଦେଖାଇଛି।

Last Updated : Mar 29, 2019, 11:29 AM IST

ABOUT THE AUTHOR

...view details