ଓଡିଶା

odisha

ETV Bharat / bharat

କୋରୋନାରେ ପ୍ରାଣ ହରାଇଲେ ଲୋକପାଳ ସଦସ୍ୟ ଜଷ୍ଟିସ ଏ.କେ ତ୍ରିପାଠୀ - Lokpal Member Justice AK Tripathi

କୋରୋନା ଭାଇରସ ସଂକ୍ରମଣ ହେତୁ ଲୋକପାଳ ସଦସ୍ୟ ଅବସରପ୍ରାପ୍ତ ଜଷ୍ଟିସ ଏ.କେ ତ୍ରିପାଠୀଙ୍କର ମୃତ୍ୟୁ ଘଟିଛି ।

କୋରୋନାରେ ପ୍ରାଣ ହରାଇଲେ ଲୋକପାଳ ସଦସ୍ୟ ଜଷ୍ଟିସ  ଏ.କେ ତ୍ରିପାଠୀ
କୋରୋନାରେ ପ୍ରାଣ ହରାଇଲେ ଲୋକପାଳ ସଦସ୍ୟ ଜଷ୍ଟିସ ଏ.କେ ତ୍ରିପାଠୀ

By

Published : May 3, 2020, 7:52 AM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ହେତୁ ଲୋକପାଳ ସଦସ୍ୟ ଅବସରପ୍ରାପ୍ତ ଜଷ୍ଟିସ ଏ.କେ ତ୍ରିପାଠୀଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 62 ବର୍ଷ ହୋଇଥିଲା । ଏପ୍ରିଲ 2 ରେ ତାଙ୍କୁ ଦିଲ୍ଲୀ AIIMS ରେ ଭର୍ତ୍ତି କରାଯାଇଥିଲା ।

ଛତିଶଗଡ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ତ୍ରିପାଠୀ AIIMS ରେ ଟ୍ରମା କେୟାର ସେଣ୍ଟରର ଆଇସିୟୁରେ ଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ମଧ୍ୟ ରଖାଯାଇଥିଲା । ତେବେ ଶନିବାର ରାତିରେ ତାଙ୍କର ଦେହାନ୍ତ ହୋଇଛି ।

ଜଷ୍ଟିସ୍ ତ୍ରିପାଠୀ ଦୁର୍ନୀତି ନିବାରଣ ଓମ୍ବୁଡସମ୍ୟାନ ଲୋକପାଳଙ୍କ ଚାରିଜଣ ନ୍ୟାୟିକ ସଦସ୍ୟଙ୍କ ମଧ୍ୟରୁ ଜଣେ ଥିଲେ । ସେ ଗତ ମାର୍ଚ୍ଚ 20 ରେ ଅଫିସ ଯାଇଥିଲେ। ଏହାପରେ ସେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପରେ ଲୋକପାଳ ଅଫିସକୁ ସମ୍ପୂର୍ଣ୍ଣ ଭାବରେ ସାନିଟାଇଜ କରାଯାଇଥିଲା । ଏହାସହ ଦିଲ୍ଲୀର କିଡୱାଇ ନାଗରରେ ରହୁଥିବା ସମସ୍ତ ଲୋକପାଳ ସଦସ୍ୟଙ୍କର ଆପାର୍ଟମେଣ୍ଟ ମଧ୍ୟ ସାନିଟାଇଜ ହୋଇଥିଲା ।

ତେବେ ଏଠାରେ ସୂଚନା ଥାଉ ଯେ ଜଷ୍ଟିସ ଏ.କେ ତ୍ରିପାଠୀଙ୍କ ଝିଅ ଓ ରୋଷେଇଆ ମଧ୍ୟ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଥିଲେ । ଯେଉଁମାନେ ଏବେ କୋରୋନା ମୁକ୍ତ ଅଛନ୍ତି ।

ABOUT THE AUTHOR

...view details