କୋଟା: ଲୋକସଭା ବାଚସ୍ପତି ଓମ୍ ବିଲ୍ଲା ରବିବାର ରାଜସ୍ଥାନର କୋଟା ଠାରେ ଥିବା ଜେ.କେ ଲୋନ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଏହି ହସ୍ପିଟାଲରେ ଶିଶୁ ମଡକ ଘଟଣା ସାମ୍ନାକୁ ଆସିବା ପରେ ସେ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଏହାସହ ହସ୍ପିଟାଲର ଭିତ୍ତିଭୂମି ଓ ଚିକିତ୍ସା ଉପକରଣର ଅଭାବ ରହିଥିବା କହିଛନ୍ତି । ଏହାସହ ହସ୍ପିଟାଲରେ ଥିବା ଅନେକ ଉପକରଣ ଖରାପ ସ୍ଥିତିରେ ରହିଥିବା ସେ କହିଛନ୍ତି ।
କୋଟା ହସ୍ପିଟାଲ୍ରେ ଶିଶୁ ମଡ଼କ: ପରିଦର୍ଶନ କଲେ ବାଚସ୍ପତି ଓମ୍ ବିର୍ଲା - ଜେକେ ଲୋନ୍ ହସ୍ପିଟାଲ ପରିଦର୍ଶନ କଲେ ବାଚସ୍ପତି ଓମ୍ ବିର୍ଲା
ଲୋକସଭା ବାଚସ୍ପତି ଓମ୍ ବିଲ୍ଲା ରବିବାର ରାଜସ୍ଥାନର କୋଟାରେ ଥିବା ଜେ.କେ ଲୋନ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଏହି ହସ୍ପିଟାଲରେ ଶିଶୁ ମଡକ ଘଟଣା ସାମ୍ନାକୁ ଆସିବା ପରେ ସେ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...
![କୋଟା ହସ୍ପିଟାଲ୍ରେ ଶିଶୁ ମଡ଼କ: ପରିଦର୍ଶନ କଲେ ବାଚସ୍ପତି ଓମ୍ ବିର୍ଲା Lok Sabha Speaker Om Birla visited the hospital in Kota](https://etvbharatimages.akamaized.net/etvbharat/prod-images/768-512-5531149-thumbnail-3x2-opl.jpg)
ଫଟୋ ସୌଜନ୍ୟ: ଏଏନଆଇ
ପରିଦର୍ଶନ ପରେ ସେ ହସ୍ପିଟାଲ ପାଇଁ ଆବଶ୍ୟକୀୟ ଉପକରଣର ଏକ ଲିଖିତ ତାଲିକା ପ୍ରସ୍ତୁତ କରି ପ୍ରଦାନ କରିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କହିଛନ୍ତି । ସମସ୍ତ ଉପକରଣ 15 ଦିନ ଭିତରେ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କୋଟା ସ୍ଥିତ ଜେକେ ଲୋନ ହସ୍ପିଟାଲରେ ଗତ 24 ଦିନ ଭିତରେ 77 ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଗଲା ଦୁଇ ଦିନ ଭିତରେ 10 ଶିଶୁଙ୍କ ମୃତ୍ୟୁ ପରେ ଏହାକୁ ନେଇ ରାଜସ୍ଥାନରେ ରାଜନୀତି ଜୋର ଧରିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶିଶୁ ମୃତ୍ୟୁକୁ ନେଇ ବିବଦୀୟ ବୟାନ ଓ ପରେ ଟ୍ବିଟ କରି ସଫେଇ ଦେବା ପରେ ବିରୋଧୀ ଟାର୍ଗେଟ କରିଛନ୍ତି ।