ଓଡିଶା

odisha

ETV Bharat / bharat

ସରିଲା ଦ୍ବିତୀୟ ପର୍ଯ୍ୟାୟ ଭୋଟ: ବଙ୍ଗରେ ସର୍ବାଧିକ, ଜମ୍ମୁ କଶ୍ମୀରରେ ସର୍ବନିମ୍ନ ମତଦାନ

2019 ମହାସମର ପାଇଁ ସରିଲା ଦ୍ବିତୀୟ ପର୍ଯ୍ୟାୟ ଟକ୍କର । 11 ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ସାମିଲ ହୋଇଛନ୍ତି ।

By

Published : Apr 18, 2019, 9:57 PM IST

ଫାଇଲ ଫଟୋ

ହାଇଦ୍ରାବାଦ: 2019 ମହାସମର ପାଇଁ ସରିଲା ଦ୍ବିତୀୟ ପର୍ଯ୍ୟାୟ ଟକ୍କର । 11 ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ସାମିଲ ହୋଇଛନ୍ତି । ଓଡିଶା ସମେତ ଆସାମ, ବିହାର, ଜମ୍ମୁ କଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ତାମିଲନାଡୁ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ଦେଇଛନ୍ତି ଭୋଟ । ସକାଳ 7ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା 6ଟାରେ ଶେଷ ହୋଇଛି ଭୋଟିଂ ।

ତେବେ ସନ୍ଧ୍ୟା 5ଟା ସୁଦ୍ଧା ପଶ୍ଚିମବଙ୍ଗର ଜଲପାଇଗୁଡିରେ ସର୍ବାଧିକ ମତଦାନ ରେକର୍ଡ କରାଯାଇଛି । ଏଠାରେ 82.76 ପ୍ରତିଶତ ଭୋଟିଂ ହୋଇଥିବାବେଳେ ରାୟଗଞ୍ଜରେ 73.31 ଓ ଦାର୍ଜିଲିଂରେ 64.31 ପ୍ରତିଶତ ମତଦାନ ରେକର୍ଡ ହୋଇଛି । ସେପଟେ ଜମ୍ମୁ କଶ୍ମୀରରେ ସର୍ବନିମ୍ନ ଭୋଟିଂ ହୋଇଛି । ବିଭିନ୍ନ ରାଜ୍ୟର ମତଦାନକୁ ନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି ନିର୍ବାଚନ କମିଶନ ।

ଓଡିଶା: 64%

ଆସାମ: 73.32 %

ବିହାର: 58.14 %

ଛତିଶଗଡ: 68.70%

କର୍ଣ୍ଣାଟକ: 61.80%

ମହାରାଷ୍ଟ୍ର: 55.37%

ମଣିପୁର: 74.69%

ତାମିଲନାଡୁ: 61.52%

ପଶ୍ଚିମବଙ୍ଗ: 75.27%

ପୁଡୁଚେରୀ: 72.40%

ଜମ୍ମୁ କଶ୍ମୀର: 43.37%

ଉତ୍ତର ପ୍ରଦେଶ: 58.12%

ଦ୍ବିତୀୟ ପର୍ଯ୍ୟାୟରେ 95 ଆସନ ପାଇଁ ଭାଗ୍ୟ ପରୀକ୍ଷା କରିଛନ୍ତି 1600 ପ୍ରାର୍ଥୀ । ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା, କଂଗ୍ରେସର ବରିଷ୍ଠ ନେତା ବିରପ୍ପା ମୋଇଲି, ବିଜେପିର ହେମା ମାଳିନୀ, ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁହ୍ଲାଙ୍କ ପରି ହେଭୀୱେଟ ଦ୍ବିତୀୟ ପର୍ଯ୍ୟାୟରେ ଅଗ୍ନି ପରୀକ୍ଷା ଦେଇଛନ୍ତି । ଲୋକସଭା ନିର୍ବାଚନ ପାଇଁ ଆହୁରି 5ଟି ପର୍ଯ୍ୟାୟରେ ମତଦାନ ବାକି ରହିଛି । ଆଗାମୀ ମେ 23ରେ ହେବ ଭୋଟଗଣତି ।

ABOUT THE AUTHOR

...view details