ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ଜାମ୍ମୁ କାଶ୍ମୀର ଆପ୍ରୋପ୍ରିଏସନନଂ 2- ବିଲ, 2020 ଗୃହୀତ ହୋଇଛି । ଏହି ବିଲ 2019-2020 ଆର୍ଥିକ ବର୍ଷରେ ସେବା ପାଇଁ ଜାମ୍ମୁ କାଶ୍ମୀରର ଏକତ୍ରିତ ପାଣ୍ଠିରୁ ଆବଣ୍ଟନ କରିବାର ଏହି ବିଲ କ୍ଷମତା ପ୍ରଦାନ କରିବ ସରକାରଙ୍କୁ ।
ଚଳିତ ଅଧିବେଶନର ପ୍ରଥମାର୍ଦ୍ଧରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଲକୁ ଆଗତ କରିଥିଲେ । ଦ୍ବିତୀୟ ଥର ବଜେଟ ଉପସ୍ଥାପନା ବେଳେ ଲୋକସଭା ଓ ରାଜ୍ୟସଭାରେ ଏହି ବିଲକୁ ନେଇ ବିତର୍କ ହୋଇଥିଲା । ଏହି ବିଲ୍ ଆଗତ ହେବା ଫଳରେ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀର ବିକାଶ ପାଇଁ ଅର୍ଥ ଖର୍ଚ୍ଚ କରିବାରେ ସମସ୍ୟା ନାହିଁ ।