ଲକ୍ଷ୍ନୌ: କଂଗ୍ରେସ ବୟାନର ଦିନକ ପରେ ଜବାବ ଦେଇଛନ୍ତି ମାୟାବତୀ । ବହୁଜନ ସମାଜବାଦୀ ପାର୍ଟି (ବିଏସପି) ଅଧ୍ୟକ୍ଷ ମାୟାବତୀଙ୍କ କ୍ରୋଧର କାରଣ ସାଜିଛି କଂଗ୍ରେସ । କେବଳ ଉତ୍ତର ପ୍ରଦେଶ ନୁହେଁ ସମଗ୍ର ଦେଶରେ କଂଗ୍ରେସ ସହ ମେଣ୍ଟ କରିବନି ସପା-ବସପା । ତେବେ ୟୁପିର 7ଟି ଆସନରୁ କଂଗ୍ରେସ ନ ଲଢିବା ପ୍ରସଙ୍ଗରେ କଡା ଜବାବ ଦେଇଛନ୍ତି ମାୟା ।
ୟୁପି ମେଣ୍ଟ ପାଇଁ କଂଗ୍ରେସ ଜୋର ଜବରଦସ୍ତ 7ଟି ଆସନ ତ୍ୟାଗ କରିବା କଥା କହୁଛି । ଏପରି କରି କଂଗ୍ରେସ ଦେଶବାସୀଙ୍କୁ ଭ୍ରମିତ କରାଇବା ସହ ଖୋଦ ଭ୍ରମିତ ହେଉଛି । ମେଣ୍ଟକୁ ନେଇ କଂଗ୍ରେସ ରାଜ୍ୟରେ ଭୁଲ ପ୍ରଚାର କରୁଛି । ଏହି ମିଥ୍ୟା ପ୍ରଚାର ଦଳର ଏକ ହୀନ ଚକ୍ରାନ୍ତ ବୋଲି କହିଛନ୍ତି ମାୟା । ତେବେ ଏସପି-ବିଏସପି-ଆରଏଲଡିରେ ମେଣ୍ଟରେ ସାମିଲ ହେବାକୁ ଚାହୁଁଛି କଂଗ୍ରେସ । ଯାହାକି ରାଜ୍ୟ ବ୍ୟତୀତ ସମଗ୍ର ଦେଶରେ ଅସମ୍ଭବ ନେଇ ରୋକଠୋକ ମନା କରି ଦେଇଛନ୍ତି ମାୟା ।