ଓଡିଶା

odisha

ETV Bharat / bharat

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ଲୋକସଭାର ସାଧାରଣ ସମ୍ପାଦକ ଉତ୍ପଲ କୁମାର ସିଂହ - ପରାଷ୍ଟ୍ରପତିଙ୍କୁ ଭେଟିଲେ ଉତପଲ କୁମାର ସିଂହ

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କୁ ଭେଟିଲେ ଲୋକସଭାର ସାଧାରଣ ସମ୍ପାଦକ ଉତ୍ପଲ କୁମାର ସିଂହ। ଗତ କିଛି ଦିନ ତଳେ ଲୋକସଭାର ସାଧାରଣ ସମ୍ପାଦକ ଦାୟିତ୍ବ ନେଇଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ଉତ୍ପଲ କୁମାର ସିଂହ। ଅଧିକ ପଢ଼ନ୍ତୁ...

Lok Sabha General Secretary utpal kumar singh met Vice President Venkaiah Naidu
ଉପରାଷ୍ଟ୍ରପତିଙ୍କୁ ଭେଟିଲେ ଲୋକସଭାର ସାଧାରଣ ସମ୍ପାଦକ ଉତପଲ କୁମାର ସିଂହ

By

Published : Dec 13, 2020, 7:43 PM IST

ନୁଆଦିଲ୍ଲୀ:ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁଙ୍କୁ ଭେଟିଲେ ଲୋକସଭାର ସାଧାରଣ ସମ୍ପାଦକ ଉତ୍ପଲ କୁମାର ସିଂହ। ଗତ କିଛି ଦିନ ତଳେ ଲୋକସଭାର ସାଧାରଣ ସମ୍ପାଦକ ଦାୟିତ୍ବ ନେଇଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ଉତ୍ପଲ କୁମାର ସିଂହ। ଡିସେମ୍ବର 1 ତାରିଖରେ ଏହି ଦାୟିତ୍ବ ନେବାପରେ ଭେଙ୍କେୟା ନାଇଡ଼ୁ ତାଙ୍କୁ ଭେଟିବାକୁ ଡକାଇଥିଲା। ଏହାପରେ ଉପରାଷ୍ଟ୍ରପତି ଭବନରେ ଦୁହିଁଙ୍କ ମଧ୍ୟରେ ଆଜି(ରବିବାର) ଏହି ସାକ୍ଷାତକାର ହୋଇଛି।

2012 ମସିହାରେ ଉତ୍ପଲ କୁମାର ସିଂହ କ୍ୟାବିନେଟ ପାଇଁ ମନୋନୀତ ହୋଇଥିଲେ। ସେହି ସମୟରେ ମନମୋହନ ସିଂହଙ୍କ ସରକାର ରହିଥିଲେ। ଏହି ସମୟରେ ସେ କୃଷି ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବରେ କାମ କରିଥିଲେ। ତେବେ ତାଙ୍କ କାର୍ଯ୍ୟଶୈଳୀ ଓ ଉଚ୍ଚ ଦକ୍ଷତା ଯୋଗୁଁ ତାଙ୍କୁ ପୁଣି ନରେନ୍ଦ୍ର ମୋଦିଙ୍କ ସରକାରରେ ଲୋକସଭାର ସାଧାରଣ ସମ୍ପାଦକ ଦାୟିତ୍ବ ଦିଆଯାଇଛି।

1986 ମସିହା ଉତ୍ତରାଖଣ୍ଡ ବ୍ୟାଚର ଆଇଏଏସ ଅଧିକାରୀ ହେଉଛନ୍ତି ଉତ୍ପଲ କୁମାର ସିଂହ। 34 ବର୍ଷ କାଳ ସେ ବିଭିନ୍ନ ପଦପଦବୀରେ ରହି ଲୋକଙ୍କ ସେବା କରି ଆସୁଛନ୍ତି। ଏହାପୂର୍ବରୁ ସେ ଉତ୍ତରାଖଣ୍ଡର ମୁଖ୍ୟଶାସନ ସଚିବ ଦାୟିତ୍ବରେ ମଧ୍ୟ ରହି ସାରିଛନ୍ତି। ଗତ ଜୁଲାଇ ମାସ 31 ତାରିଖରେ ସେ ଏହି ଦାୟିତ୍ବରୁ ମୁକ୍ତ ହୋଇଥିଲେ। ଏହାସହ ସେ ଉତ୍ତରାଖଣ୍ଡ ଇଟବା ଜିଲ୍ଲାର ସବ ଡିଭିଜିନାଲ ମାଜିଷ୍ଟ୍ରେଟ ଦାୟିତ୍ବରେ ରହି ସାରିଛନ୍ତି।

ଖାଲି ସେତିକି ନୁହେଁ ସେ ଉତ୍ତରପ୍ରଦେଶର କ୍ରୀ଼ଡ଼ା ଓ ଅର୍ଥ ବିଭାଗର ଯୁଗ୍ମ ସଚିବ ଭାବରେ ମଧ୍ୟ କାର୍ଯ୍ୟ ତୁଲାଇ ସାରିଛନ୍ତି। ଏହି ସମୟରେ ସେ ଉତ୍ତରପ୍ରଦେଶ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ଯୋଜନା ପ୍ରଣୟନ କରାଇ ପାରିଥିଲେ। ଫଳରେ ଏହା ରାଜ୍ୟବାସୀଙ୍କ ଉନ୍ନତି ସାଧନର ଜରିଆ ହୋଇପାରିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details