ଓଡିଶା

odisha

ETV Bharat / bharat

ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ଭୋଟର ଆଇଡି ନାହିଁ, ସାଙ୍ଗରେ ନିଅନ୍ତୁ ଏହି 3ଟି ପରିଚୟ ପତ୍ର - Passport

ଆରମ୍ଭ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ମତଦାନ। ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରୁଛନ୍ତି ଦେଶବାସୀ। ଏପରି କ୍ଷେତ୍ରରେ ଆପଣଙ୍କ ପାଖରେ ଭୋଟ ଆଇଡି କାର୍ଡ ନଥିଲେ ମଧ୍ୟ ଆପଣ ଭୋଟ ଦେଇପାରିବେ।

ପ୍ରତିକାତ୍ମକ ଫଟୋ

By

Published : Apr 11, 2019, 9:01 AM IST

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ। ଚାଲିଛି ଲୋକସଭା ନିର୍ବାଚନ 2019ର ପ୍ରଥମ ପର୍ଯ୍ୟାୟ ମତଦାନ। ସକାଳ 7ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ। ଏପ୍ରିଲ 11ରୁ ମେ 19 ତାରିଖ ଯାଏଁ 7ଟି ପର୍ଯ୍ୟାୟରେ ଚାଲିବ ମତଦାନ। ତେବେ 7ଟି ପର୍ଯ୍ୟାୟରେ ସମାପ୍ତ ହେବ ସାରା ଦେଶରେ ମତଦାନ। ପ୍ରଥମ ପର୍ଯ୍ୟାୟରେ ଦେଶର 18ଟି ରାଜ୍ୟ ଏବଂ 2 କେନ୍ଦ୍ର ଶାସିତ ଅଞ୍ଚଳର 91ଟି ଲୋକସଭା ଆସନରେ ନିର୍ବାଚନ ଆରମ୍ଭ ହୋଇଛି । ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରୁଛନ୍ତି ଦେଶବାସୀ। ଏପରି କ୍ଷେତ୍ରରେ ଆପଣଙ୍କ ପାଖରେ ଭୋଟ ଆଇଡି କାର୍ଡ ନଥିଲେ ମଧ୍ୟ ଆପଣ ଭୋଟ ଦେଇପାରିବେ।

ଆପଣଙ୍କ ଭୋଟର ଆଇଡି କାର୍ଡ ହଜିଯାଇଛି କିମ୍ବା ଆପଣଙ୍କ ପାଖରେ ନାହିଁ ତେବେ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ଆପଣଙ୍କ ଭୋଟର ଲିଷ୍ଟରେ ନାଁ ଅଛି, ତେବେ ଆପଣ ନିଶ୍ଚୟ ଭୋଟ ଦେଇପାରିବେ। କିନ୍ତୁ ଆପଣଙ୍କ ପାଖରେ ଅନ୍ୟାନ୍ୟ ପରିଚୟ ପତ୍ର ଥିବା ନିହାତି ଆବଶ୍ୟକ। ତେବେ ଆସନ୍ତୁ ଜାଣିବା କେଉଁ ପରିଚୟ ପତ୍ର ଦେଖାଇଲେ ଆପଣ ଭୋଟ ଦେଇପାରିବେ ।

  • ପାନ୍‌ କାର୍ଡ
  • ଆଧାର କାର୍ଡ
  • ପାସ୍‌ପୋର୍ଟ
  • ଡ୍ରାଇଭିଂ ଲାଇସେନ୍ସ
  • ପେନସ୍‌ନ ଡକୁମେଣ୍ଟ ସହ ନିଜ ଫଟୋ
  • ସ୍ମାର୍ଟ କାର୍ଡ (ଏନପିଆର ଦ୍ବାରା ଯାଞ୍ଚ ଏବଂ ରେଜିଷ୍ଟ୍ରେସନ ହେବା ଦରକାର )
  • ମନରେଗା କାର୍ଡ
  • ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସର ପାସ୍‌ବୁକ
  • ନିର୍ବାଚନ କମିଶନ ଦ୍ବାରା ମିଳିଥିବା ଫଟୋ-ଭୋଟର ସ୍ଲିପ୍‌

ଏହି ପରିଚୟ ପତ୍ର ମଧ୍ୟରୁ ଆପଣ ଯେକୌଣସି 3ଟି ପରିଚୟ ପତ୍ର ସାଙ୍ଗରେ ନେଇପାରିବେ। ଆଉ ପୋଲିଂ ବୁଥରେ ଦେଖାଇ ଭୋଟ ଦେଇପାରିବେ।

ABOUT THE AUTHOR

...view details