ଓଡିଶା

odisha

ETV Bharat / bharat

ବିହାରରୁ ଦୂରେଇଛି ଭୂତ, ହଜିଛି ଲଣ୍ଠନ: ନିତିଶ କୁମାର - BJP BIHAR

ଔରଙ୍ଗାବାଦର କୁଟୁମ୍ବା ଠାରେ ଅନୁଷ୍ଠିତ ଏକ ନିର୍ବାଚନ ରାଲିରେ ଯୋଗଦେଇ ରାଜ୍ୟରେ ବର୍ତ୍ତମାନ ସମୟରେ ବିକାଶ ଦୌଉଡିବାରେ ଲାଗିଛି। ବିହାରର ଆହୁରି ସୁଦୃଢ ବିକାଶ ଲାଗି ଜେଡିୟୁ ଓ ବିଜେପିର ମିଳିତ ସରକାର ନିରନ୍ତର ପ୍ରୟାସ କରୁଛନ୍ତି।

ଫାଇଲ ଫଟୋ

By

Published : Apr 9, 2019, 11:37 AM IST

ବିହାର: 2019 ସାଧରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନକୁ ଆଉ ଗୋଟିଏ ଦିନ ବାକିଥିବାବେଳେ ଆଜି ସଂଧ୍ୟାରେ ପ୍ରଚାର ଶେଷ ହେବ। ସେଥିପାଇଁ ସମସ୍ତ ରାଜନୈତିକ ଦଳ ଗତକାଲି ଓ ଆଜି ପ୍ରଚାରକୁ ଆହୁରୀ ପ୍ରଭାବଶାଳୀ କରିଛନ୍ତି।

ଗତକାଲି ବିହାରର ଔରଙ୍ଗାବାଦଠାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଆରଜେଡି ଦଳ ଉପରେ ଶାଣିତ ଢଙ୍ଗରେ ଆକ୍ରମଣ କରିଛନ୍ତି। ନିତିଶ କହିଛନ୍ତି 14 ବର୍ଷ ପୂର୍ବେ ଯେତେବେଳେ ବିହାରରେ ପତି ପତ୍ନୀଙ୍କ ରାଜ୍ ଚାଲିଥିଲା ସେହି ସମୟରେ ସମଗ୍ର ବିହାରରେ କେବଳ ଅନ୍ଧକାର ହିଁ ଅନ୍ଧକାର ଥିଲା। ତେଣୁ ବିହାରର ବାପା ମାଁ ମାନେ ଅନ୍ଧକାରକୁ ନିଜ ସନ୍ତାନକୁ ନଛାଡି କହୁଥିଲେ ବାବୁ ଭୂତ ଆସିବ ଅନ୍ଧକାରକୁ ଯାଅ ନାହିଁ। କିନ୍ତୁ ଆଜି ପରିସ୍ଥିତି ବଦଳି ଯାଇଛି ଆଜି ବିହାରରେ କେବଳ ଆଲୁଅ ହିଁ ଆଲୁଅ। ଆଜି ସମଗ୍ର ବିହାରରୁ ଭୂତ ଦୂରେଇ ଯାଇଛି ଏହାସହ ସମସ୍ତେ ଲଣ୍ଠନକୁ ଭୁଲିଯାଇଛନ୍ତି ବୋଲି ନିତିଶ ଆରଜେଡିକୁ ତେର୍ଛା ବାଣ ମାରିଛନ୍ତି, ସୂଚନା ଥାଉକି ଆରଜେଡିର ନିର୍ବାଚନ ଚିହ୍ନ ହେଉଛି ଲଣ୍ଠନ।

ସୂଚନା ଅନୁସାରେ ନିତିଶ ଗତକାଲି ଔରଙ୍ଗାବାଦର କୁଟୁମ୍ବା ଠାରେ ଅନୁଷ୍ଠିତ ଏକ ନିର୍ବାଚନ ରାଲିରେ ଯୋଗଦେଇ ରାଜ୍ୟରେ ବର୍ତ୍ତମାନ ସମୟରେ ବିକାଶ ଦୌଉଡିବାରେ ଲାଗିଛି । ବିହାରର ଆହୁରୀ ସୁଦୃଢ ବିକାଶ ଲାଗି ଜେଡିୟୁ ଓ ବିଜେପିର ମିଳିତ ସରକାର ନିରନ୍ତର ପ୍ରୟାସ କରୁଛନ୍ତି।

ବିହାରକୁ ଏବଂ ଦେଶକୁ ଏକ ସଶକ୍ତ ଦେଶ କରିବାକୁ ହେଲେ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ପୁଣିଥରେ ଆସିବା ଦରକାର ତେଣୁ ସ୍ଥାନୀୟ ବିଜେପି ଲୋକସଭା ପ୍ରାର୍ଥୀ ସୁଶୀଲ କୁମାର ସିଂଙ୍କୁ ବିଜୟୀ କରାଇବା ପାଇଁ ଜନତାଙ୍କୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ନିତିଶ କୁମାର।

For All Latest Updates

ABOUT THE AUTHOR

...view details