ଚେନ୍ନାଇ: ତାମିଲନାଡୁ ଭେଲ୍ଲୋରରେ ରଦ୍ଦ ହେଲା ନିର୍ବାଚନ। ନିର୍ବାଚନ ବେଳେ ଚାଲିଥିବା ଟଙ୍କା କାରବାରକୁ ଆଖିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ଭେଲ୍ଲୋର ଲୋକସଭା ଆସନରେ ନିର୍ବାଚନ ରଦ୍ଦ କରିବାକୁ ନିର୍ବାଚନ ଆୟୋଗ ରାଷ୍ଟ୍ରପତିଙ୍କୁ ଅନୁମତି ମାଗିଥିଲେ । ତେବେ ରାଷ୍ଟ୍ରପତି ଏହାକୁ ଗ୍ରୀନ ସିଗନାଲ ଦେଇଛନ୍ତି ।
ଭେଲ୍ଲୋରରେ ହେବନି ନିର୍ବାଚନ, ରାଷ୍ଟ୍ରପତି ଦେଲେ ଗ୍ରୀନ ସିଗନାଲ - polls
ତାମିଲନାଡୁ ଭେଲ୍ଲୋରରେ ରଦ୍ଦ ହେଲା ନିର୍ବାଚନ। ବିପୁଳ ପରିମାଣରେ ଟଙ୍କା କାରବାରକୁ ନେଇ ନିଷ୍ପତି ନିଆଯାଇଥିବା ଜଣାପଡିଛି ।
ଭେଲ୍ଲୋର ଜିଲ୍ଲାରେ ଡିଏମକେ ନେତାଙ୍କ ସଂସ୍ପର୍ଶରେ ଥିବା ଜଣେ ବ୍ୟକ୍ତିଙ୍କ ସିମେଣ୍ଟ ଗୋଦାମରୁ ପାଖାପାଖି 12 କୋଟି ଟଙ୍କା ଜବତ ହୋଇଥିଲା। ତେବେ ଏହି ଟଙ୍କା ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବ୍ୟବହାର ହେବା ଆଶଙ୍କା ପ୍ରକାଶ କରି ଏଠାରେ ନିର୍ବାଚନ ରଦ୍ଦ କରିବାର ନିଷ୍ପତି ନେଇଥିଲେ ନିର୍ବାଚନ ଆୟୋଗ । ଲୋକସଭା ନିର୍ବାଚନର ଅଧିସୂଚନା ରାଷ୍ଟ୍ରପତି ଜାରି କରନ୍ତି । ନିର୍ବାଚନ ରଦ୍ଦ କରିବାର ନିଷ୍ପତି ମଧ୍ୟ ତାଙ୍କ ପାଖରେ ରହିଥାଏ । ତେଣୁ ଏନେଇ ରାଷ୍ଟ୍ରପତିଙ୍କ ନିକଟକୁ ଚିଠି ଲେଖିଥିଲେ ଆୟୋଗ ।
ସୂଚନା ଯୋଗ୍ୟ ଯେ, ଭେଲ୍ଲୋର ସଂସଦୀୟ କ୍ଷେତ୍ରରେ 18 ଏପ୍ରିଲରେ ମତଦାନ ହେବାର ଥିଲା । କିନ୍ତୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏବେ ନିର୍ବାଚନର ନୂଆ ତାରିଖ ଘୋଷଣା ହେବ ବୋଲି ଜାଣିବାକୁ ମିଳୁଛି ।