ଓଡିଶା

odisha

ETV Bharat / bharat

ବେଙ୍ଗଲରେ ହେବ ବିଗ୍ ଫାଇଟ

ପଶ୍ଚିମବଙ୍ଗ ସରକାର ବିଜେପିକୁ ରାଜ୍ୟରେ ଅନେକ ଥର ହଲାପଟା କରିଥିବା ବେଳେ ବିଜେପି ଏବେ ପ୍ରତିଶୋଧ ନେବା ଲକ୍ଷ୍ୟରେ ଅଛି । ଆଜି ପଶ୍ଚିମବଙ୍ଗ ପ୍ରଚାରରେ ମୋଦି ଆସୁଥିବାରୁ ମମତା ବାନାର୍ଜୀ ମଧ୍ୟ ମୋଦିଙ୍କୁ କାଉଣ୍ଟର କରିବା ପାଇଁ, ଆସନ୍ତା କାଲିଠାରୁ ମମତା ପ୍ରଚାର କରିବାକୁ ଥିବାବେଳେ ହଠାତ ଆଜିଠାରୁ ନିଜ ପ୍ରଚାର ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଡଜାଇନ ଫଟୋ

By

Published : Apr 3, 2019, 9:35 AM IST

Updated : Apr 3, 2019, 10:58 AM IST

କୋଲକାତା: ସାଧାରଣ ନିର୍ବାଚନ ପାଇଁ ସମଗ୍ର ଦେଶରେ ରାଜନୈତିକ ବାତାବରଣ ବଢି ଚାଲିଥିବା ବେଳେ, ପ୍ରଥମ ପର୍ଯ୍ୟାୟ ମତଦାନକୁ ଏକ ସପ୍ତାହ ବାକି ଥିବାବେଳେ ସବୁ ରାଜନୈତିକ ଦଳ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି ।

ବର୍ତ୍ତମାନର କେନ୍ଦ୍ର ସରକାର ପୁଣିଥରେ କ୍ଷମତା ବଜାୟ ରଖିବା ସହ ସାଧାରଣ ନିର୍ବାଚନ ସହ 4ଟି ରାଜ୍ୟର ବିଧାନସଭା ନିର୍ବାଚନ ହେଉଥିବାରୁ ସେହି ରାଜ୍ୟ ଶାସନ ଗାଦି ମଧ୍ୟ ଦଖଲ କରିବା ପାଇଁ ରଣନୀତି ତୟାର କରିଛି । ବିଜେପିର ରାଜ୍ୟ ଦଖଲ ଅଭିଯାନରେ ଓଡିଶା ଓ ପଶ୍ଚିମବଙ୍ଗ ଶୀର୍ଷରେ ଥିବାବେଳେ ସେହି ଅନୁଯାୟୀ ଦଳ ନିଜ ରାଜନୈତିକ କାର୍ଯ୍ୟକ୍ରମ ଜାରି ରଖିଛି । ଏହି ଦୁଇ ରାଜ୍ୟକୁ ବିଜେପିର ସବୁ ଶୀର୍ଷସ୍ତରୀୟ ନେତା ବାରମ୍ବାର ଗସ୍ତ କରି ଲୋକଙ୍କ ନିକଟତର ହେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଓଡିଶା, ବିହାରରେ ପ୍ରଚାର କରିଥିବା ବେଳେ ଆଜି ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି ।

ବିଜେପି ଓ ପଶ୍ଚିମବଙ୍ଗ ସରକାରଙ୍କ ସମ୍ପର୍କ ଚରମ ସୀମାରେ ଥିବାବେଳେ ଆଜି ପୁଣିଥରେ ମୋଦିଙ୍କ ପଶ୍ଚିମବଙ୍ଗ ଗସ୍ତ ରାଜନୀତିର ପାରଦ ବଢାଇ ଦେଇଛି । ପଶ୍ଚିମବଙ୍ଗ ସରକାର ବିଜେପିକୁ ରାଜ୍ୟରେ ଅନେକ ଥର ହଲାପଟା କରିଥିବା ବେଳେ ବିଜେପି ଏବେ ପ୍ରତିଶୋଧ ନେବା ଲକ୍ଷ୍ୟରେ ଅଛି । ଆଜି ପଶ୍ଚିମବଙ୍ଗ ପ୍ରଚାରରେ ମୋଦି ଆସୁଥିବାରୁ ମମତା ବାନାର୍ଜୀ ମଧ୍ୟ ମୋଦିଙ୍କୁ କାଉଣ୍ଟର କରିବା ପାଇଁ, ଆସନ୍ତା କାଲିଠାରୁ ମମତା ପ୍ରଚାର କରିବାକୁ ଥିବାବେଳେ ହଠାତ ଆଜିଠାରୁ ନିଜ ପ୍ରଚାର ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିଦୃଷ୍ଟିରୁ ପଶ୍ଚିମବଙ୍ଗରେ ଆଜି ରାଜନୈତିକ ଆକ୍ରମଣ ପ୍ରତିଆକ୍ରମଣ ହୋଇପାରେ ।

ସୂଚନା ଅନୁସାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପଶ୍ଚିମବଙ୍ଗର ସିଲିଗୁଡି ଏବଂ କୋଲକାତାର ଦୁଇଟି ସ୍ଥାନରେ ଲୋକସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ । ଏହାସହ ଆସନ୍ତା 7 ଓ 10 ତାରିଖରେ ମଧ୍ୟ ମୋଦି ଏହି ଉତ୍ତର ପଶ୍ଚିମବଙ୍ଗ ଗସ୍ତରେ ଆସି ଆହୁରି ଦୁଇଟି ମେଗା ରାଲି କରିବେ ।

ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ସେହି ଉତ୍ତର ପଶ୍ଚିମବଙ୍ଗର କୁଚବିହାର ଜିଲ୍ଲାର ଦିନହଟାରେ ନିଜ ଦଳର ପ୍ରଚାର ଶୁଭାରମ୍ଭ କରିବେ ।

Last Updated : Apr 3, 2019, 10:58 AM IST

For All Latest Updates

ABOUT THE AUTHOR

...view details