ଓଡିଶା

odisha

ETV Bharat / bharat

ଟିକେଟକୁ ନେଇ ସାକ୍ଷୀ ମହାରାଜଙ୍କ ଖୋଲା ଧମକ, କହିଲେ ଏମିତି କଥା... - MP

2019 ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଟିକେଟକୁ ନେଇ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ବଳ କଷାକଷି । ଏପଟେ ବିଜେପି ସାଂସଦ ସାକ୍ଷୀ ମହାରାଜ ଟିକେଟକୁ ନେଇ ନିଜ ଦଳକୁ ହିଁ ଖୋଲ ଧମକ ଦେଇଛନ୍ତି ।

ଫାଇଲ ଫଟୋ

By

Published : Mar 13, 2019, 9:39 PM IST

ନୂଆଦିଲ୍ଲୀ: 2019 ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଟିକେଟକୁ ନେଇ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ବଳ କଷାକଷି । ଏପଟେ ବିଜେପି ସାଂସଦ ସାକ୍ଷୀ ମହାରାଜ ଟିକେଟକୁ ନେଇ ନିଜ ଦଳକୁ ହିଁ ଖୋଲ ଧମକ ଦେଇଛନ୍ତି । ତାଙ୍କୁ ବିଜେପିରୁ ଟିକେଟ ନ ମିଳିଲେ ପରିମାଣ ସାଙ୍ଘାତିକ ହେବ। ନେଇ ଉତ୍ତର ପ୍ରଦେଶ ବିଜେପି ଅଧ୍ଯକ୍ଷ ମହେନ୍ଦ୍ର ନାଥଙ୍କୁ ଚିଠି ଲେଖିଛନ୍ତି ସାକ୍ଷୀ ।

ଏହାସହ ସେ ଲେଖିଛନ୍ତି ଯେ, ତାଙ୍କ ସଂସଦୀୟ କ୍ଷେତ୍ର ଉନ୍ନାଓରେ ଓବିସି ମତଦାତାଙ୍କ କେହି ପ୍ରତିନିଧି ନାହାଁନ୍ତି । କିନ୍ତୁ ତାଙ୍କର କଠିନ ପରିଶ୍ରମ ବଳରେ ସେ ପାର୍ଟି ତିଆରି କରିଛନ୍ତି । ଏହି କାରଣ ପାଇଁ ହିଁ ପାର୍ଟି 15 ବର୍ଷ ପରେ ନିର୍ବାଚନୀ ମଇଦାନକୁ ଓହ୍ଲାଇବା ସହ ବିଜୟ ଲାଭ କରିଥିଲା ।

ତେବେ ବିଜେପିର ସାକ୍ଷୀ ମହାରାଜ ବର୍ତ୍ତମାନ ମଧ୍ୟପ୍ରଦେଶ ସାଂସଦ ଅଛନ୍ତି । ଏହାସହ ସେ 2014 ଲୋକସଭା ନିର୍ବାଚନରେ ମସିହାରେ 518834 ଭୋଟରେ ବିଜୟ ଲାଭ କରିଥିଲେ । ତେବେ 2009 ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅନୁ ଟଣ୍ଡନ ମଧ୍ୟପ୍ରଦେଶରେ ବିଜୟ ମୁକୁଟ ପିନ୍ଧିଥିଲେ। ଏହାସହ ସପା ବସପାର ମେଣ୍ଟ ପରେ ସେଠାରେ ସମାଜବାଦୀ ପାର୍ଟି ବିଜୟ ଲାଭ କରିବ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏବେ ସୁଦ୍ଧା ନାମ ଘୋଷଣା କରାଯାଇ ନାହିଁ ।

ସୂଚନା ଅନୁସାରେ, ସାକ୍ଷୀ ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଦଳ ଓ ଦଳର ମୁଖିଆ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଚାପ ପକାଇଥାନ୍ତି । ଏମିତିକି ଗତ 5 ବର୍ଷ ଭିତରେ ସେ ନିଜକୁ ହାଇ କମାଣ୍ଡ କରିବାକୁ ଦାବି କରି ଆସିଛନ୍ତି ।

For All Latest Updates

ABOUT THE AUTHOR

...view details