ଓଡିଶା

odisha

ETV Bharat / bharat

ଆରମ୍ଭ ହେଲା ପଞ୍ଚମ ପର୍ଯ୍ୟାୟର ମତଦାନ, ୫୧ଟି ଆସନରେ ଚାଳିଛି ଭୋଟିଂ - SP

ପଞ୍ଚମ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୧ଟି ଆସନରେ ଚାଳିଛି ଭୋଟ ଗ୍ରହଣ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା ୬ଟାରେ ସମାପ୍ତ ହେବ । ଏହି ପର୍ଯ୍ୟାୟରେ ହାଇ ପ୍ରୋଫାଇଲ ସଂସଦୀୟ କ୍ଷେତ୍ର ଆମେଥି, ରାୟବରେଲୀ ଓ ଲକ୍ଷ୍ନୌରେ ମଧ୍ୟ ପଡୁଛି ଭୋଟ ।

ପ୍ରତୀକାତ୍ମକ ଫଟୋ

By

Published : May 6, 2019, 7:15 AM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ଆରମ୍ଭ ହୋଇଯାଇଛି ମତଦାନ । ଏହି ପର୍ଯ୍ୟାୟରେ ୬୫୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ପାଇଁ ମତଦାନ କରୁଛନ୍ତି ମତଦାତା । ୭ଟି ରାଜ୍ୟର ୫୧ଟି ଆସନରେ ଚାଳିଛି ଭୋଟ ଗ୍ରହଣ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା ୬ଟାରେ ସମାପ୍ତ ହେବ । ଏହି ପର୍ଯ୍ୟାୟରେ ହାଇ ପ୍ରୋଫାଇଲ ସଂସଦୀୟ କ୍ଷେତ୍ର ଆମେଥି, ରାୟବରେଲୀ ଓ ଲକ୍ଷ୍ନୌରେ ମଧ୍ୟ ପଡୁଛି ଭୋଟ ।

ପଞ୍ଚମ ପର୍ଯ୍ୟାୟରେ ବିହାରର ୫, ଝାଡଖଣ୍ଡର ୪, ଜମ୍ମୁ କଶ୍ମୀରର ୨, ମଧ୍ୟପ୍ରଦେଶର ୭, ରାଜସ୍ଥାନର ୧୩, ଉତ୍ତର ପ୍ରଦେଶର ୧୪ ଓ ପଶ୍ଚିମବଙ୍ଗର ୭ଟି ଆସନରେ ମତଦାନ ହେବ । ଏହି ପର୍ଯ୍ୟାୟରେ ସମସ୍ତଙ୍କ ନଜର ଆମେଥି ସଂସଦୀୟ କ୍ଷେତ୍ର ଉପରେ ରହିଛି । କାରଣ ଏହି ଆସନରୁ କଂଗ୍ରେସ ଅଧ୍ୟକ୍ଷଙ୍କ ଲଢେଇ କେନ୍ଦ୍ରମନ୍ତ୍ରୀ ସ୍ମୃତିଙ୍କ ସହ ହେଉଛି । ଆମେଥି ବ୍ୟତୀତ ରାୟବରେଲୀରୁ ସୋନିଆ ଗାନ୍ଧୀଙ୍କ ଭାଗ୍ୟ ପରୀକ୍ଷା ଆରମ୍ଭ ହୋଇଯାଇଛି ।

ବର୍ତ୍ତମାନ ସମୟରେ ୟୁପିର ଆମେଥି ଓ ରାୟବରେଲୀ ବ୍ୟତୀତ ସମସ୍ତ ଆସନ ଉପରେ ବିଜେପି ଦଖଲରେ ରହିଛି । ସେହିପରି ରାଜସ୍ଥାନର ୧୩ଟି ଆସନରେ ଭୋଟିଂ ଚାଳିଛି, ଯାହା ବିଜେପି ଦଖଲରେ ରହିଛି । ୨୦୧୪ ଲୋକସଭା ନିର୍ବାଚନରେ ମଧ୍ୟପ୍ରଦେଶର ୭ଟି ଆସନରେ ମଧ୍ୟ ବିଜେପି ଜିତିଥିଲା । ସେହିପରି ବିହାରର ୫ଟି ଆସନ ବିଜେପି ଖାତାକୁ ଯାଇଥିଲା ।

କିନ୍ତୁ ବର୍ତ୍ତମାନ ସମୟରେ ୟୁପି ଓ ବିହାରରେ ବିଜେପି ଆଗରେ ମହାମେଣ୍ଟ ସବୁଠାରୁ ବଡ ସଙ୍କଟ ଭାବେ ଛିଡା ହୋଇଛି । ସେହିପରି ରାଜସ୍ଥାନ ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପରେ କଂଗ୍ରେସରେ ଉତ୍ସାହ ଦେଖାଦେଇଛି । ରାଜସ୍ଥାନରେ ଯେଉ ଦଳ କ୍ଷମତାରେ ରହେ ସେହି ଦଳ ଅଧିକ ଆସନ ଜିତିବାରେ ସଫଳ ହୋଇଥାଏ । ତେଣୁ ଚଳିତ ନିର୍ବାଚନରେ ରାଜସ୍ଥାନବାସୀ କାହା ସପକ୍ଷରେ ମତ ଦେବେ ତାହା ମେ ୨୩ରେ ହିଁ ଜଣାପଡିବ । ଅନ୍ୟପକ୍ଷେ ବିଜେପି ଏଠାରେ ମୋଦି ଭରସାରେ କଡା ଟକ୍କର ଦେଉଛି । ଝାଡଖଣ୍ଡରେ ମଧ୍ୟ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ମେଣ୍ଟ ବିଜେପିକୁ କଡା ଟକ୍କର ଦେଉଛି । ଏଥର ବିଜେପି ବେଙ୍ଗାଲୁରୁର ଅଧିକ ଆସନ ଜିତିବା ନେଇ ଆଶା ରଖିଛି ।

ଷଷ୍ଠ ପର୍ଯ୍ୟାୟ ପାଇଁ ମେ ୧୨ରେ ଓ ସପ୍ତମ ପର୍ଯ୍ୟାୟ ପାଇଁ ମେ ୧୯ରେ ମତଦାନ ହେବାର ଅଛି । ଏହାସହ ମେ ୨୩ରେ ଭୋଟ ଗଣତି ହେବ । ଏହାପୂର୍ବରୁ ହୋଇଥିବା ମତଦାନରେ ପ୍ରଥମ ପର୍ଯ୍ୟାୟରେ ୬୯.୫ ପ୍ରତିଶତ, ଦ୍ବିତୀୟ ପର୍ଯ୍ୟାୟରେ ୬୯.୪୪ ପ୍ରତିଶତ, ତୃତୀୟ ପର୍ଯ୍ୟାୟରେ ୬୮.୪ ପ୍ରତିଶତ ଓ ଚତୁର୍ଥ ପର୍ଯ୍ୟାୟରେ ୬୫.୫୧ ପ୍ରତିଶତ ମତଦାନ ହୋଇଥିଲା ।

ABOUT THE AUTHOR

...view details