ଓଡିଶା

odisha

ETV Bharat / bharat

'ୟୁପି ବିହାରରେ ମୂଳପୋଛ ହେବ ବିଜେପି' - shatrughan-sinha

ଶତୃଘ୍ନ ସିହ୍ନା ନିଜ ବିଜୟକୁ ନେଇ ଆଶ୍ବସ୍ତ ଅଛନ୍ତି । ପାଟନା ସାହିବ ଆସନରେ ଲଗାତାର ତୃତୀୟ ଥର ପାଇଁ ସେ ବିଜୟ ହେବେ ବୋଲି ଦାବି କରିଛନ୍ତି ।

ଫାଇଲ ଫଟୋ

By

Published : May 19, 2019, 8:39 PM IST

Updated : May 19, 2019, 11:45 PM IST

ନୂଆଦିଲ୍ଲୀ: ସରିଲା ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ । ଆଗାମୀ 23 ରେ ହେବ ଭାଗ୍ୟ ନିର୍ଦ୍ଧାରଣ । ତେବେ ଏହା ପୂର୍ବରୁ ନିଜ ନିଜ ବିଜୟକୁ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ସମସ୍ତ ନେତା । ଏହି କ୍ରମରେ ବିଜେପିରୁ କଂଗ୍ରେସରେ ଯୋଗ ଦେଇଥିବା ଶତୃଘ୍ନ ସିହ୍ନା ନିଜ ବିଜୟକୁ ନେଇ ଆଶ୍ବସ୍ତି ଅଛନ୍ତି । ପାଟନା ସାହିବ ଆସନରେ ଲଗାତାର ତୃତୀୟ ଥର ପାଇଁ ବିଜୟ ହେବେ ବୋଲି ସେ ଦାବି କରିଛନ୍ତି ।

ଚଳିତ ଥର ଉତ୍ତର ପ୍ରଦେଶ ଏବଂ ବିହାରରେ ବିଜେପି ଲହରି ଚାଲିବ ନାହିଁ ଏବଂ ତା'ର ଜଡ ସଫା ହେବ ବୋଲି ରବିବାର ଦାବି କରିଛନ୍ତି ସିହ୍ନା । ଏହି 2 ରାଜ୍ୟରେ ମହାମେଣ୍ଟ ହାତରୁ ବିଜେପିର ଜଡ ସଫା ହେବ ବୋଲି ସେ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଶତୃଘ୍ନ ସିହ୍ନା ପାଟନା ସାହିବରୁ ନିର୍ବାଚ ମୈଦାନରେ ଓହ୍ଲାଇଥିଲେ । ତାଙ୍କ ବିପକ୍ଷରେ ବିଜେପି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପ୍ରାର୍ଥୀ କରିଥିଲା ।

Last Updated : May 19, 2019, 11:45 PM IST

ABOUT THE AUTHOR

...view details