ଭୋପାଳ: ବିଜେପିର ବିଜୟ ସଂକଳ୍ପ ବାଇକ ରାଲିର ଶୁଭାରମ୍ଭ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଶନିବାର ମଧ୍ୟପ୍ରଦେଶର ଉମରିଆରୁ ଏହାର ଶୁଭାରମ୍ଭ ହୋଇଛି । ଏହି ବିଜୟ ସଂକଳ୍ପ ରାଲିର ଶୁଭାରମ୍ଭ କରି ଶାହ କହିଛନ୍ତି ପାକିସ୍ତାନ ଭଳି ଦେଶକୁ କେବଳ ପ୍ରଧାନମନ୍ତ୍ରୀ ମୋଦି ହିଁ ସୁଧାରି ପାରିବେ ।
ପାକିସ୍ତାନର ଚିକିତ୍ସା କେବଳ ମୋଦି ହିଁ କରିପାରିବେ: ଶାହ - congress
ଶନିବାର ମଧ୍ୟପ୍ରଦେଶର ଉମରିଆରୁ ବିଜେପିର ବିଜୟ ସଂକଳ୍ପ ବାଇକ ରାଲିର ଶୁଭାରମ୍ଭ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଶାହ କହିଛନ୍ତି ପାକିସ୍ତାନ ଭଳି ଦେଶକୁ କେବଳ ପ୍ରଧାନମନ୍ତ୍ରୀ ମୋଦି ହିଁ ସୁଧାରି ପାରିବେ ।
ସେ ଆହୁରି କହିଛନ୍ତି ଦେଶର ଗୌରବକୁ ଆକାଶରେ ପହଞ୍ଚାଇବା କାମ, ଦେଶର ସୁରକ୍ଷା କାମ ଏବଂ ପାକିସ୍ତାନକୁ ତାରି ଭାଷାରେ ଜବାବ ଦେବା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ କରିପାରିବେ । ଶାହଙ୍କ ସୂଚନା ଅନୁସାରେ ଦେଶର 3,800ରୁ ଅଧିକ ସ୍ଥାନରୁ ବିଜେପିର 1 କୋଟିରୁ ଅଧିକ କର୍ମୀ ବିଜୟ ସଂକଳ୍ପ ବାଇକ ରାଲିରେ ବାହାରିଛନ୍ତି ।
ଅମିତ ଶାହା କହିଛନ୍ତି ଦେଶକୁ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଅର୍ଥବ୍ୟବସ୍ଥାରେ ପରିଣତ କରିବାକୁ ହେଲେ ନିର୍ବାଚନର ପ୍ରସଙ୍ଗ ହେବା ଦରକାର । ନିର୍ବାଚନର ପ୍ରସଙ୍ଗ ଦେଶର ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ପାକିସ୍ତାନକୁ କଡା ଜବାବ ଦେବା ଦରକାର । କଂଗ୍ରେସ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ କରିନି କି ଚେଷ୍ଟା ମଧ୍ୟ କରିନି । କଂଗ୍ରେସ ଦେଶର ଯବାନଙ୍କ ଗଢିଥିବା ରକ୍ତର ପ୍ରତିଶୋଧ ନେବାକୁ କେବେ ମଧ୍ୟ ସାହସ କରିନି ।