ଓଡିଶା

odisha

ETV Bharat / bharat

ରେକର୍ଡ ଭାଙ୍ଗିଲେ ଭୋଟର: 19 ନିର୍ବାଚନରେ ଭାରତ ଇତିହାସରେ ସର୍ବାଧିକ ମତଦାନ

ସପ୍ତଦଶ ଲୋକସଭା ନିର୍ବାଚନରେ 67.11 ପ୍ରତିଶତ ମତଦାତା ନିଜ ନିଜ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ଯାହାକି  ଦେଶର ସଂସଦୀୟ ନିର୍ବାଚନ ଇତିହାସରେ ସବୁଠାରୁ ଅଧିକ ବୋଲି କୁହାଯାଉଛି ।

By

Published : May 21, 2019, 12:16 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ସରିଛି ସପ୍ତଦଶ ଲୋକସଭା ନିର୍ବାଚନ । ଅପେକ୍ଷା ନିର୍ବାଚନ ଫଳାଫଳକୁ । ପ୍ରଚାର, ପ୍ରାର୍ଥୀ, ପାୱାର, ବାଦବିବାଦ, ହିଂସା, ବିବାଦୀୟ ବୟାନ ସବୁ ଦୃଷ୍ଟିରୁ 19 ଭୋଟ ଏକ ପ୍ରକାର ସ୍ବତନ୍ତ୍ର ସ୍ଥାନରେ । ଏପରି ସ୍ଥଳରେ ସପ୍ତଦଶ ଲୋକସଭା ନିର୍ବାଚନରେ ମତଦାନରେ ରେକର୍ଡ ଭାଙ୍ଗିଛନ୍ତି ମତଦାତା । ଭାରତ ଇତିହାସରେ ସର୍ବାଧିକ ମତଦାନ ରେକର୍ଡ ହୋଇଛି ଏହି ନିର୍ବାଚନରେ । ସପ୍ତଦଶ ଲୋକସଭା ନିର୍ବାଚନରେ 67.11 ପ୍ରତିଶତ ମତଦାତା ନିଜ ନିଜ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ଯାହାକି ଦେଶର ସଂସଦୀୟ ନିର୍ବାଚନ ଇତିହାସରେ ସବୁଠାରୁ ଅଧିକ ବୋଲି କୁହାଯାଉଛି ।


ଜାତୀୟ ନିର୍ବାଚନ କମିଶନଙ୍କ ପ୍ରଦତ୍ତ ସୂଚନା ଆଧାରରେ ଚଳିତ ନିର୍ବାଚନରେ 91କୋଟି ଭୋଟର ଭୋଟ ଦେଇଛନ୍ତି । ମୋଟ 543 ଲୋକସଭା ଆସନରୁ 542 ପାଇଁ ନିର୍ବାଚନ ହୋଇଛି । ନିର୍ବାଚନ କମିଶନ ଅତ୍ୟଧିକ ଧନବଳ ପ୍ରୟୋଗ ଯୋଗୁଁ ତାମିଲନାଡୁର ଭେଲ୍ଲୋର ଆସନରେ ନିର୍ବାଚନ ସ୍ଥଗିତ କରି ଦିଆଯାଇଛି । ଏହା ସହ ଏହି ଆସନ ପାଇଁ କେବେ ମତଦାନ ହେବ ସେ ନେଇ କୌଣସି ତାରିଖ ମଧ୍ୟ ଧାର୍ଯ୍ୟ କରି ନାହାଁନ୍ତି ନିର୍ବାଚନ କମିଶନ ।

ସପ୍ତଦଶ ଲୋକସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରେ 69.61 ପ୍ରତିଶତ, ଦ୍ବିତୀୟ ପର୍ଯ୍ୟାୟରେ 69.44 ପ୍ରତିଶତ, ତୃତୀୟ ପର୍ଯ୍ୟାୟରେ 68.40 ପ୍ରତିଶତ, ଚତୁର୍ଥ ପର୍ଯ୍ୟାୟରେ 65.50 ପ୍ରତିଶତ
-ପଞ୍ଚମ ପର୍ଯ୍ୟାୟରେ 64.16 ପ୍ରତିଶତ, ଷଷ୍ଠ ପର୍ଯ୍ୟାୟରେ 64.40 ପ୍ରତିଶତ ଶେଷ ତଥା ସପ୍ତମ ପର୍ଯ୍ୟାୟ: 65.15 ପ୍ରତିଶତ ମତଦାନ ହୋଇଥିବା ପଞ୍ଜୀକୃତ ହୋଇଛି । ଏହା ସହ ଚଳିତ ନିର୍ବାଚନରେ ଗତ 2014 ନିର୍ବାଚନ ତୁଳନାରେ ମତଦାତାଙ୍କ ସଂଖ୍ୟା 7.59କୋଟି ବୃଦ୍ଧି ଘଟିଛି ।


ସେହିପରି ନିର୍ବାଚନ କମିଶନର ରିପୋର୍ଟ ଅନୁସାରେ 2014 ଲୋକସଭା ନିର୍ବାଚନରେ ମୋଟ୍‌ 83.40 କୋଟି ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ । ଏହାସହ 66.40 ପ୍ରତିଶତ ଭୋଟିଂ ହୋଇଥିଲା । ମାତ୍ର ଚଳିତ ନିର୍ବାଚନରେ 90.99କୋଟି ଭୋଟର ଭୋଟ ଦେଇଥିଲା ବେଳ ପ୍ରତିଶତ ରହିଛି 67.11 । 2009 ସାଧାରଣ ନିର୍ବାଚନରେ ମୋଟ 56.90 ପ୍ରତିଶତ ମତଦାନ ହୋଇଥିଲା ।

For All Latest Updates

ABOUT THE AUTHOR

...view details