ଓଡିଶା

odisha

ETV Bharat / bharat

ସଂସଦରେ ଦୁଇ ଦିବଂଗତ ନେତାଙ୍କ ଶୋକ ପ୍ରସ୍ତାବ ପାରିତ - speaker read condolosence massage

ସୋମବାର ସାଂସଦ ରାମଚନ୍ଦ୍ର ପାସୱାନ, ଦିଲ୍ଲୀ ପୂର୍ବ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କ ଶ୍ରଦ୍ଧାଞ୍ଜଳି ଦିଆଯିବା ନିମନ୍ତେ ଦିନ 2ଟା ପର୍ଯ୍ୟନ୍ତ ସ୍ଥଗିତ ରହିବ ଲୋକସଭା ।

ଫାଇଲ ଫଟୋ

By

Published : Jul 22, 2019, 1:24 PM IST

ନୂଆଦିଲ୍ଲୀ: ସୋମବାର ଦିନ 2ଟା ପର୍ଯ୍ୟନ୍ତ ସ୍ଥଗିତ ରହିବ ଲୋକସଭା । ସାଂସଦ ରାମଚନ୍ଦ୍ର ପାସୱାନ, ଦିଲ୍ଲୀ ପୂର୍ବ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କ ଶ୍ରଦ୍ଧାଞ୍ଜଳି ଦିଆଯିବା ନିମନ୍ତେ ସୋମବାର 2ଟା ପର୍ଯ୍ୟନ୍ତ ସ୍ଥଗିତ ରହିବ ଲୋକସଭା ।

ସୋମବାର ଦୁଇ ବରିଷ୍ଠ ନେତାଙ୍କୁ ଲୋକସଭା ସଦସ୍ୟମାନେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କିଛି ସମୟ ଶୋକ ପ୍ରାର୍ଥନା କରିଥିଲେ । ଏଥିସହ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶୋକ ବାର୍ତ୍ତା ପଢିଥିଲେ ।

ସେ କହିଥିଲେ ରାମଚନ୍ଦ୍ର ପାସୱନ ଜଣେ ବିଜ୍ଞ ରାଜନେତା ଥିଲେ । ଯିଏ ଦଳିତ ଏବଂ ପଛୁଆ ଜାତି ପାଇଁ ବହୁ ଉନ୍ନତି କରିଛନ୍ତି । ଏଥିସହ ଚାରି ଥର ସାଂସଦ ରହିଥିବା ରାମ ଚନ୍ଦ୍ର ପାସୱନ ସମସ୍ତିପୁରରୁ ଲୋକ ଜନଶକ୍ତି ପାର୍ଟୀରୁ ପ୍ରାର୍ଥୀ ଚୟନ ହୋଇଥିଲେ ।

ଏଥିସହ ସେ ଦିଲ୍ଲୀ ପୂର୍ବ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କ ଶୋକ ବାର୍ତ୍ତା ପଢି କହିଥିଲେ ଶୀଲା ଦିକ୍ଷିତ ଦେଶରେ ସବୁଠାରୁ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ଥିବା ମହିଳା ଥିଲେ । ଏଥିସହ ସେ କେରଳର ରାଜ୍ୟପାଳ ମଧ୍ୟ ଥିଲେ ।

ପ୍ରକାଶ ଥାଉକି, ଗତ ଶନିବାର ଦିଲ୍ଲୀ ପୂର୍ବ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତ ହୃଦଘାତରେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ସେହିପରି ଲୋକସଭା ସାଂସଦ ଥିବା ରାମଚନ୍ଦ୍ର ପାସୱନ ଗତ ରବିବାର ହୃଦଘାତରେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

ABOUT THE AUTHOR

...view details