ଲକ୍ଷ୍ନୌ: ଦେଶର ଅନେକ ରାଜ୍ୟରେ ଆତଙ୍କ ସୃଷ୍ଟି କରିବା ପରେ ପଙ୍ଗପାଳ ଦଳ ଏବେ ପଶ୍ଚିମ ଉତ୍ତରପ୍ରଦେଶର ରାମପୁରରେ ପହଞ୍ଚିଛନ୍ତି । ଯେଉଁଠାରେ ହଜାର ହଜାର ପଙ୍ଗପାଳ ଫସଲ ନଷ୍ଟ କରିଛନ୍ତି ଯାହାକୁ ନେଇ ରାମପୁରର କୃଷକମାନେ ଚିନ୍ତିତ ଅଛନ୍ତି । ଏନେଇ ସେମାନେ କ୍ଷେତରେ ଟିଫିନ, ଥାଳି ବଜାଇବା ସହ ଟ୍ରାକ୍ଟରରେ ବୁଲି କୀଟନାଶକ ଔଷଧ ସ୍ପ୍ରେ କରି ପଙ୍ଗପାଳ ଦଳକୁ ଘଉଡାଇବାକୁ ଚେଷ୍ଟା କରିଥିଲେ।
ୟୁପିର ରାମପୁରରେ ପଙ୍ଗପାଳ ଆତଙ୍କ, ଅନେକ ଫସଲ ନଷ୍ଟ - ୟୁପିର ରାମପୁରରେ ପଙ୍ଗପାଳ ଆତଙ୍କ
ପାକିସ୍ତାନରୁ ଆସିଥିବା ପଙ୍ଗପାଳ ଦଳ ଏବେ ସମଗ୍ର ଉତ୍ତରଭାରତରେ ଆତଙ୍କ ଖେଳାଇଛନ୍ତି । ଯାହାଦ୍ବାରା ଅନେକ ପରିମାଣରେ ଫସଲ ନଷ୍ଟ ହୋଇଛି । ଅଧିକ ପଢନ୍ତୁ...
![ୟୁପିର ରାମପୁରରେ ପଙ୍ଗପାଳ ଆତଙ୍କ, ଅନେକ ଫସଲ ନଷ୍ଟ ୟୁପିର ରାମପୁରରେ ପଙ୍ଗପାଳ ଆତଙ୍କ, ଅନେକ ଫସଲ ନଷ୍ଟ](https://etvbharatimages.akamaized.net/etvbharat/prod-images/768-512-8097295-575-8097295-1595233019522.jpg)
ଖବରପାଇ ପ୍ରଶାସନ ପକ୍ଷରୁ ଡ୍ରୋନ କ୍ୟାମେରା ଏବଂ ଫାୟାର ବ୍ରିଗେଡ ସାହାଯ୍ୟରେ ପଙ୍ଗପାଳଙ୍କୁ ଦମନ କରିବା ଅଭିଯାନ ଜାରି ରହିଛି । କୃଷକମାନେ ଅଭିଯୋଗ କରିଛନ୍ତି ଯେ, ପଙ୍ଗପାଳ ଦଳ ସେମାନଙ୍କ ଫସଲ ଏବଂ ବଗିଚାର ପତ୍ରକୁ ଖାଇ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି । ଆଉ ଜିଲ୍ଲା ପ୍ରଶାସନ ଏନେଇ ଯଥେଷ୍ଟ ବ୍ୟବସ୍ଥା କରିବାକୁ ଅସମର୍ଥ ରହିଛି ।
ରାମପୁରର ବିଲାସପୁର ଅଞ୍ଚଳର ଏକ ପାୱାର ଫାର୍ମର କୃଷକ ଗୁରୁବିନ୍ଦର ସିଂ କହିଛନ୍ତି ଯେ, 'ପଙ୍ଗପାଳ ଆକ୍ରମଣ ହେତୁ ଆଖୁ ଚାଷରେ ବହୁ କ୍ଷତି ସହିଛି। ଏହି ଘଟଣାରେ ଜିଲ୍ଲା କୃଷି ଅଧିକାରୀ କହିଛନ୍ତିଯେ, ପଙ୍ଗପାଳ ଦମନ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏମାନେ କେଉଁଠି ଯେପରି ଲୁଚି ନରୁହନ୍ତୁ ସେନେଇ ଡ୍ରୋନ କ୍ୟାମେରାର ବ୍ୟବହାର କରାଯାଇଥିଲା । ଆଉ କୀଟନାଶକ ସ୍ପ୍ରେ କରାଯାଇ ସେମାନଙ୍କୁ ମାରିବା ପରେ ଆଉ କିଛି ଦଳ ଏବେ ଉକ୍ତ ଅଞ୍ଚଳରୁ ଉଡିଯାଇ ବରେଲି ବହେଡି ଦେଇ ଉତ୍ତରାଖଣ୍ଡ ଅଭିମୁଖେ ଯାଉଥିବା ଦେଖିବାକୁ ମିଳିଛି ।