ଓଡିଶା

odisha

ETV Bharat / bharat

ଭାରତକୁ ପଙ୍ଗପାଳ ଚିନ୍ତା, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଆରମ୍ଭ ଅପରେସନ - ରାଜସ୍ଥାନ

ଶୁକ୍ରବାର ପଙ୍ଗପାଳ ନିୟନ୍ତ୍ରଣ କାର୍ଯ୍ୟାଳୟ ଦ୍ବାରା ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର 15ଟି ସ୍ଥାନରେ ବହୁ ଅପରେସନ କରାଯାଇ ପଙ୍ଗପାଳ ମୁକାବିଲା କରାଯାଇଛି ।

_locust operation
ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର କରାଗଲା ପଙ୍ଗପାଳ ନିୟନ୍ତ୍ରଣ ଅପରେସନ

By

Published : May 30, 2020, 12:02 PM IST

ଜୟପୁର: ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର 15ଟି ସ୍ଥାନରେ ପଙ୍ଗପାଳ ନିୟନ୍ତ୍ରଣ ପାଇଁ ବହୁ ଅପରେସନ କରାଯାଇଛି । ଗତ ଶୁକ୍ରବାର ପଙ୍ଗପାଳ ନିୟନ୍ତ୍ରଣ କାର୍ଯ୍ୟାଳୟ ଦ୍ବାରା ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର 15ଟି ସ୍ଥାନରେ ବହୁ ଅପରେସନ କରାଯାଇ ପଙ୍ଗପାଳ ମୁକାବିଲା କରାଯାଇଛି ।

କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ରାଜସ୍ଥାନର ଜୟପୁର, ଦଉସା, ବିକାନେର, ଯୋଧପୁର, ବର୍ମର, ଚିତ୍ତରଗଡ, ଶ୍ରୀ ଗଙ୍ଗନଗର ଜିଲ୍ଲାରେ ଏହି ଅପରେସନ କରାଯାଇଛି ।

ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ସତନା, ବାଲାଘାଟ, ନିୱାରୀ, ରାଇସେନ ଏବଂ ଶିବପୁରୀ ଜିଲ୍ଲା ପଙ୍ଗପାଳ ଅପରେସନରେ କୌଣସି ଫସଲରେ କ୍ଷତି ହୋଇନାହିଁ ।

ଏପ୍ରିଲ 11ରୁ ଏବେସୁଦ୍ଧା ମୋଟ 377 ଅଞ୍ଚଳର 53997 ହେକ୍ଟର ଜମିରେ ପଙ୍ଗପାଳ ନିୟନ୍ତ୍ରଣ କାର୍ଯ୍ୟ କରାଯାଇଥିବା ମନ୍ତ୍ରଣାଳୟ କହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details