ଓଡିଶା

odisha

ETV Bharat / bharat

9 ରାଜ୍ୟର 2.5 ଲକ୍ଷ ହେକ୍ଟର ଅଞ୍ଚଳରେ ଜାରି ରହିଛି ପଙ୍ଗପାଳ ଦମନ ଅପରେସନ - ପଙ୍ଗପାଳ

ନିମିଷକେ ମଧ୍ୟରେ ଶସ୍ୟ କ୍ଷେତ୍ରକୁ ଶ୍ମଶାନରେ ପରିଣତ କରିଦେଉଥିବା ଏହି ପଙ୍ଗପାଳ ଦମନ ସରକାରଙ୍କ ପାଇଁ ବିଗତ ଦିନମାନଙ୍କରେ ବିରାଟ ଚ୍ୟାଲେଞ୍ଜ ରହିଥିଲା । ଏପରିସ୍ଥଳେ ରବିବାର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଚଳିତ ବର୍ଷ 11 ଏପ୍ରିଲରୁ 9 ରାଜ୍ୟରେ ପ୍ରାୟ 2.5 ଲକ୍ଷ ହେକ୍ଟର ଅଞ୍ଚଳରେ ପଙ୍ଗପାଳ ନିୟନ୍ତ୍ରଣ ଅପରେସନକୁ ସଫଳତାପୂର୍ବକୁ ସମ୍ପାଦିତ କରାଯାଇଛି ।

ଫାଇଲ ଫଟୋ
ଫାଇଲ ଫଟୋ

By

Published : Jul 5, 2020, 5:12 PM IST

ନୂଆଦିଲ୍ଲୀ: କୋରୋନା କାଳରେ ଦେଶ ପାଇଁ ଅନ୍ୟ ଏକ ବିରାଟ ସମସ୍ୟା ପାଲଟିଛି ପଙ୍ଗପାଳ । ନିମିଷକେ ମଧ୍ୟରେ ଶସ୍ୟ କ୍ଷେତ୍ରକୁ ଶ୍ମଶାନରେ ପରିଣତ କରିଦେଉଥିବା ଏହି ପଙ୍ଗପାଳ ଦମନ ସରକାରଙ୍କ ପାଇଁ ବିଗତ ଦିନମାନଙ୍କରେ ବିରାଟ ଚ୍ୟାଲେଞ୍ଜ ରହିଥିଲା । ଏପରିସ୍ଥଳେ ରବିବାର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଚଳିତ ବର୍ଷ 11 ଏପ୍ରିଲରୁ 9 ରାଜ୍ୟରେ ପ୍ରାୟ 2.5 ଲକ୍ଷ ହେକ୍ଟର ଅଞ୍ଚଳରେ ପଙ୍ଗପାଳ ନିୟନ୍ତ୍ରଣ ଅପରେସନକୁ ସଫଳତାପୂର୍ବକୁ ସମ୍ପାଦିତ କରାଯାଇଛି ।

ଏହି ରାଜ୍ୟଗୁଡ଼ିକ ହେଉଛି ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ଗୁଜୁରାଟ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ, ହରିୟାଣା ଏବଂ ବିହାର । କୃଷି ମନ୍ତ୍ରଣାଳୟ କହିଛି ଗୁଜୁରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ, ବିହାର ଏବଂ ହରିୟାଣାରେ କୌଣସି ପ୍ରକାର ବିଶେଷ ଭାବରେ ଫସଲ କ୍ଷୟକ୍ଷତି ହୋଇନାହିଁ ।

ତେବେ ରାଜସ୍ଥାନର କେତେକ ଜିଲ୍ଲାରେ ସାମାନ୍ୟ ଫସଲ କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି । ମନ୍ତ୍ରଣାଳୟ କହିଛି ଯେ ଜୈସଲମେର, ବାରମେର, ବିକାନେର୍, ଯୋଧପୁର, ନାଗପୁର, ଡୌସା, ଏବଂ ରାଜସ୍ଥାନର ଭରତପୁର ଏବଂ ଉତ୍ତରପ୍ରଦେଶର ଝାନସୀ ଏବଂ ମହୋବା ଜିଲ୍ଲାରେ ବହୁ ପରିମାଣର ଗୋଲାପୀ ପଙ୍ଗପାଳ ଏବଂ ବୟସ୍କ ହଳଦିଆ ପଙ୍ଗପାଳ ଏବେ ବି ବଂଶବୃଦ୍ଧି କରିବା ସହ ଦଳଦଳ ହୋଇ ରହିଛନ୍ତି ।

ବର୍ତ୍ତମାନ ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ସ୍ପ୍ରେ ଭେଇକିଲ୍‌ ସହିତ 60ଗୋଟି କଣ୍ଟ୍ରୋଲ ଟିମ ନିୟୋଜିତ ହୋଇଛନ୍ତି । ମନ୍ତ୍ରଣାଳୟ କହିଛି, 200 ରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ପଙ୍ଗପାଳ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଏହାସହ ଆହୁରି ମଧ୍ୟ, 12 ଟି ଡ୍ରୋନ୍ ବିଶିଷ୍ଟ 5ଟି କମ୍ପାନୀ ରାଜସ୍ଥାନର ବାରମର୍, ଜୈସଲମେର୍, ବିକାନେର୍, ନାଗପୁର ଏବଂ ଫାଲୋଡିରେ ନିୟୋଜିତ ରହିଛନ୍ତି । ବଡ ବଡ ଉଚ୍ଚା ଗଛରେ ପଙ୍ଗପାଳଙ୍କୁ ନିୟନ୍ତ୍ରଣ ପାଇଁ ଏବଂ କୀଟନାଶକ ସ୍ପ୍ରେ ମାଧ୍ୟମରେ ଅପହଞ୍ଚ ଅଞ୍ଚଳରେ ପହଞ୍ଚିବା ପାଇଁ ଏମାନେ ନିୟୋଜିତ ହୋଇଛନ୍ତି । ଭାରତ ହେଉଛି ପ୍ରଥମ ଦେଶ ଯିଏ ପଙ୍ଗପାଳ ନିୟନ୍ତ୍ରଣ ପାଇଁ ଡ୍ରୋନ୍ ବ୍ୟବହାର କରୁଛି ।

ABOUT THE AUTHOR

...view details