ଓଡିଶା

odisha

ETV Bharat / bharat

9ଟି ରାଜ୍ୟରେ ଚାଲିଛି ପଙ୍ଗପାଳ ଦମନ ଅଭିଯାନ - ପଙ୍ଗପାଳ ନିୟନ୍ତ୍ରଣ ଅଭିଯାନ

ସମଗ୍ର ଉତ୍ତର ଭାରତରେ ଏବେବି ଜାରି ରହିଛି ପଙ୍ଗପାଳଙ୍କ ଦୌରାତ୍ମ୍ୟ । କୃଷି ମନ୍ତ୍ରଣାଳୟ କହିଛି ଯେ, 16 ଜୁଲାଇ ରାତିରେ ରାଜସ୍ଥାନ, ଗୁଜୁରାଟ ଏବଂ ଉତ୍ତରପ୍ରଦେଶରେ ନିୟନ୍ତ୍ରଣ ଅଭିଯାନ କାର୍ଯ୍ୟ କରାଯାଇଥିଲା। ଅଧିକ ପଢନ୍ତୁ...

9ଟି ରାଜ୍ୟର 3.5 ଲକ୍ଷ ହେକ୍ଟର ଅଞ୍ଚଳରେ ଜାରି ରହିଛି ପଙ୍ଗପାଳ ନିୟନ୍ତ୍ରଣ ଅଭିଯାନ
9ଟି ରାଜ୍ୟର 3.5 ଲକ୍ଷ ହେକ୍ଟର ଅଞ୍ଚଳରେ ଜାରି ରହିଛି ପଙ୍ଗପାଳ ନିୟନ୍ତ୍ରଣ ଅଭିଯାନ

By

Published : Jul 18, 2020, 2:29 PM IST

ନୂଆଦିଲ୍ଲୀ: କେନ୍ଦ୍ର କହିଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ପଙ୍ଗପାଳର ବିସ୍ତାରକୁ ରୋକିବା ପାଇଁ ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ଗୁଜୁରାଟ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ, ହରିୟାଣା ଏବଂ ବିହାର ସମେତ 9 ରାଜ୍ୟର 3.5 ଲକ୍ଷ ହେକ୍ଟରରୁ ଅଧିକ ଅଞ୍ଚଳରେ କାମ କରାଯାଇଛି । କୃଷି ମନ୍ତ୍ରଣାଳୟ କହିଛି ଯେ, 16 ଜୁଲାଇ ରାତିରେ ରାଜସ୍ଥାନ, ଗୁଜୁରାଟ ଏବଂ ଉତ୍ତରପ୍ରଦେଶରେ ନିୟନ୍ତ୍ରଣ ଅଭିଯାନ କାର୍ଯ୍ୟ କରାଯାଇଥିଲା।

ଭାରତୀୟ ବାୟୁସେନା ହେଲିକପ୍ଟର ଶୁକ୍ରବାର ରାଜସ୍ଥାନର ବାଡମେର ରାମସର ଅଞ୍ଚଳରେ ପଙ୍ଗପାଳ ବିରୋଧୀ ଅପରେସନ କରାଯାଇଛି। କୃଷି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପଙ୍ଗପାଳ ନିୟନ୍ତ୍ରଣ ଅଧିକାରୀଙ୍କ ଦ୍ବାରା 16 ଜୁଲାଇ ରାତିରେ ରାଜସ୍ଥାନର 9ଟି ଜିଲ୍ଲା ଏବଂ ଗୁଜୁରାଟ କଚ୍ଛ ଜିଲ୍ଲାର 23ଟି ସ୍ଥାନରେ ନିୟନ୍ତ୍ରଣ ପଦକ୍ଷେପ ନିଆଯାଇଥିଲା। ଏଥିସହ ଉତ୍ତର ପ୍ରଦେଶର ପିଲିଭିତ ଜିଲ୍ଲାର ଦୁଇଟି ସ୍ଥାନରେ ଏବଂ ରାଜସ୍ଥାନର ପାଲି ଜିଲ୍ଲାର ଗୋଟିଏ ସ୍ଥାନରେ ସମ୍ପୃକ୍ତ ରାଜ୍ୟ କୃଷି ବିଭାଗ ଦ୍ବାରା ନିୟନ୍ତ୍ରଣ ଅପରେସନ କରାଯାଇଥିଲା ।

ସମୁଦାୟ ନିୟନ୍ତ୍ରଣ ପଦକ୍ଷେପ ମଧ୍ୟରୁ LCO ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ଗୁଜୁରାଟ, ଉତ୍ତରପ୍ରଦେଶ ଏବଂ ହରିୟାଣା ରାଜ୍ୟରେ 1,76,055 ହେକ୍ଟର ଅଞ୍ଚଳରେ ନିୟନ୍ତ୍ରଣ ପଦକ୍ଷେପ ଗ୍ରହଣ କରିଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ଗୁଜୁରାଟ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ, ହରିୟାଣା ଏବଂ ବିହାରରେ 1,76,026 ହେକ୍ଟର ଜମିରେ ରାଜ୍ୟ ସରକାର ନିୟନ୍ତ୍ରଣ ପଦକ୍ଷେପ ଗ୍ରହଣ କରିଛନ୍ତି।

ମନ୍ତ୍ରଣାଳୟ କହିଛି ଯେ ବାଡମେର, ଯୋଧପୁର, ବିକାନୌର, ନାଗୌର, ଚରୁ, ସିକର, ଜାଲୌର ଏବଂ ସିରୋହି ଜିଲ୍ଲା, ଗୁଜୁରାଟର କଚ୍ଛ ଜିଲ୍ଲା ଏବଂ ଉତ୍ତରପ୍ରଦେଶର ପିଲିଭିତ ଜିଲ୍ଲାରେ ଅପରିପକ୍ୱ ଗୋଲାପି ପଙ୍ଗପାଳ ଏବଂ ବୟସ୍କ ହଳଦିଆ ପଙ୍ଗପାଳ ସକ୍ରିୟ ଥିବା ଦେଖିବାକୁ ମିଳିଛି।

ABOUT THE AUTHOR

...view details