ଓଡିଶା

odisha

ETV Bharat / bharat

27 ବର୍ଷର ରେକର୍ଡ ଭାଙ୍ଗିଲା ପଙ୍ଗପାଳ ଆକ୍ରମଣ - locust attack

କୋରୋନା ସଙ୍କଟ ମଧ୍ୟରେ ଦେଶରେ ଆଉ ଏକ ନୂଆ ସଙ୍କଟ ଦେଖାଦେଇଛି। ପାକିସ୍ତାନରୁ ଆସୁଥିବା ପଙ୍ଗପାଳ ଗତ 27 ବର୍ଷର ରେକର୍ଡ ଭାଙ୍ଗିଛନ୍ତି । ପ୍ରତ୍ୟେକ ବର୍ଷ ପଙ୍ଗପାଳଙ୍କୁ ରାଜସ୍ଥାନ ଏବଂ ପଞ୍ଜାବରେ ରୋକା ଯାଉଥିଲା। କିନ୍ତୁ ଏଥର ସେମାନେ ସମଗ୍ର ରାଜ୍ୟକୁ ପ୍ରବେଶ କରିଥିବା ବେଳେ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଅପରେସନ ଜାରି ରହିଛି ।

_locust
27 ବର୍ଷର ରେକର୍ଡ ଭାଙ୍ଗିଲା ପଙ୍ଗପାଳ ଆକ୍ରମଣ

By

Published : May 31, 2020, 12:33 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଦେଶରେ ଆଉ ଏକ ନୂଆ ସଙ୍କଟ ଦେଖାଦେଇଛି। ପାକିସ୍ତାନରୁ ଆସୁଥିବା ପଙ୍ଗପାଳ ଗତ 27 ବର୍ଷର ରେକର୍ଡ ଭାଙ୍ଗିଛନ୍ତି । ପ୍ରତ୍ୟେକ ବର୍ଷ ପଙ୍ଗପାଳଙ୍କୁ ରାଜସ୍ଥାନ ଏବଂ ପଞ୍ଜାବରେ ରୋକା ଯାଉଥିଲା। କିନ୍ତୁ ଏଥର ସେମାନେ ସମଗ୍ର ରାଜ୍ୟକୁ ପ୍ରବେଶ କରିଥିବା ବେଳେ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଅପରେସନ ଜାରି ରହିଛି ।

ପାକିସ୍ତାନରୁ ଆସୁଥିବା ଏହି ପଙ୍ଗପାଳଙ୍କ ଏହା ସବୁଠାରୁ ବଡ ଆକ୍ରମଣ ବୋଲି କୁହାଯାଉଛି । ଏହି ପଙ୍ଗପାଳମାନେ ପ୍ରାୟ 50 ହଜାର ହେକ୍ଟର ଫସଲ ନଷ୍ଟ କରିସାରିଲେଣି । ମଧ୍ୟପ୍ରଦେଶ ଏବଂ ରାଜସ୍ଥାନକୁ ମାଡି ଆସିଥିବା କୋଟି କୋଟି ପଙ୍ଗପାଳ ଫସଲର ବ୍ୟାପକ କ୍ଷତି ଘଟାଇଛନ୍ତି। ମଧ୍ୟପ୍ରଦେଶର କଟନିରେ ପଙ୍ଗପାଳ ଫସଲରେ ବ୍ୟାପକ କ୍ଷତି ଘଟାଇଛନ୍ତି ।

ରାଜସ୍ଥାନର ଚୁରୁରେ ପ୍ରବଳ ଗରମ ହେତୁ ଚାଷୀମାନଙ୍କ ଫସଲରେ ବହୁ କ୍ଷୟକ୍ଷତି ଘଟିଥିବା ବେଳେ ପଙ୍ଗପାଳ ଆକ୍ରମଣ ଆଉ ଏକ ବଡ ସମସ୍ୟା ହୋଇ ଠିଆ ହୋଇଛି । ଏହି ପଙ୍ଗପାଳ ଦଳ ରାଜସ୍ଥାନ ଦେଇ ପଞ୍ଜାବ, ଗୁଜୁରାଟ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ବ୍ୟାପିଛନ୍ତି। ବର୍ତ୍ତମାନ ପଙ୍ଗପାଳ ଉତ୍ତରପ୍ରଦେଶ ମୁହାଁ ହୋଇଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଫାୟାର ବ୍ରିଗେଡ୍ ଏବଂ ସ୍ପ୍ରେ ମେସିନ୍ ସାହାଯ୍ୟରେ ରାତିରେ ସ୍ପ୍ରେ କରାଯାଇଛି । ପାକିସ୍ତାନରୁ ଆସୁଥିବା ଏହି ପଙ୍ଗପାଳ ଦଳକୁ ବାହାର କରିବା ପାଇଁ ୟୁପିର ଗୋଣ୍ଡାରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି।

ଚାଷୀମାନେ ସେମାନଙ୍କର ଫସଲକୁ ବଞ୍ଚାଇବା ପାଇଁ ଜମିରେ କୀଟନାଶକ ସ୍ପ୍ରେ କରୁଛନ୍ତି । ଯାହାଦ୍ୱାରା ପନିପରିବା ଏବଂ ଆଖୁ ଫସଲକୁ ପଙ୍ଗପାଳରୁ ରକ୍ଷା କରାଯାଇପାରିବ । ହାପୁରରେ ପଙ୍ଗପାଳର ଆକ୍ରମଣକୁ ଏଡାଇବା ପାଇଁ କୃଷକମାନେ ଗାଁ ଜଗି ରହିଛନ୍ତି ଏବଂ ହାତରେ ଥାଲି ଏବଂ ଅନ୍ୟାନ୍ୟ ବାସନ ବ୍ୟବହାର କରି ପଙ୍ଗପାଳରୁ ଦୂରେଇ ରହିବାକୁ ଚେଷ୍ଟା କରୁଛନ୍ତି।

ପ୍ରକାଶ ଥାଉକି, ଏହି ପଙ୍ଗପାଳ ଆଫ୍ରିକାରୁ ଆରବ ରାସ୍ତା ଦେଇ ପାକିସ୍ତାନରୁ ଭାରତ ରାଜସ୍ଥାନକୁ ପ୍ରଥମେ ପ୍ରବେଶ କରିଥିଲେ । ଏହି ପଙ୍ଗପାଳ ଛୋଟ କୀଟ ହୋଇଥିଲେ ମଧ୍ୟ ଏହା ଫସଲରେ ବ୍ୟାପକ କ୍ଷତି ଘଟାଇଥାନ୍ତି । ସେଥିପାଇଁ ଏହି ପଙ୍ଗପାଳକୁ ଦୁନିଆର ସବୁଠାରୁ ବିପଜ୍ଜନକ କୀଟ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି।

ABOUT THE AUTHOR

...view details