ଜୟପୁର: ରାଜସ୍ଥାନରେ 14ଲକ୍ଷ 80ହଜାର 8ଶହ 58 ହେକ୍ଟର ସର୍ଭେ କରିବା ପରେ ରାଜ୍ୟର 383ଟି ସ୍ଥାନରେ 1ଲକ୍ଷ 16 ହଜାର 91ହେକ୍ଟରରେ ପଙ୍ଗପାଳଙ୍କୁ ନିୟନ୍ତ୍ରଣ କରାଯାଇଛି ବୋଲି ରାଜସ୍ଥାନ କୃଷି ବିଭାଗ ପକ୍ଷରୁ କୁହାଯାଇଛି ।
କୃଷି ବିଭାଗ ପକ୍ଷର ଏକ ରିପୋର୍ଟରେ କୁହାଯାଇଛି, ଏପ୍ରିଲ 11ରେ ଜୈସାଲମେର ଓ ଶ୍ରୀଗଙ୍ଗାନଗର ଜିଲ୍ଲାରେ ପ୍ରଥମେ ପଙ୍ଗପାଳ ଆକ୍ରମଣ ଦେଖାଯାଇଥିଲା । ଗତ ମେ 30ରେ ଅଲୱାର ଜିଲ୍ଲାରେ ମଧ୍ୟ ପଙ୍ଗପାଳ ଆକ୍ରମଣ କରିଥିଲେ ।
ପଙ୍ଗପାଳ ଆକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କୃଷି ବିଭାଗ ନଜର ରଖିବା ପାଇଁ 120ଟି ଯାନ, 45 ଅନ୍ୟ ଯାନ, 800ଟି ଟ୍ରାକ୍ଟର ମାଉଣ୍ଟ ସ୍ପ୍ରେ, 3200ଟି ୱାଟର ଟ୍ୟାଙ୍କର ନିୟୋଜିତ ହୋଇଛନ୍ତି । ଏହା ସହ ପଙ୍ଗପାଳ ଆକ୍ରମଣ ମୁକାବିଲା ପାଇଁ ବିଭାଗ ପକ୍ଷରୁ 15 କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ଏନେଇ ବିଭାଗୀୟ ରିପୋର୍ଟରେ ଦର୍ଶାଯାଇଛି ।