ଲକ୍ଷ୍ନୌ: ଉତ୍ତରପ୍ରଦେଶର 4ଟି ଜିଲ୍ଲାରେ ପଙ୍ଗପାଳ ଆକ୍ରମଣ କରିବା ପରେ ଉତ୍ତରପ୍ରଦେଶ କୃଷି ବିଭାଗ 15ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ପଞ୍ଜାବ ପରେ ଉତ୍ତରପ୍ରଦେଶର ଝାନସୀ, ଲଳିତପୁର, ସୋନଭଦ୍ରା, ଜଲାଉ ଜିଲ୍ଲାରେ ପଙ୍ଗପାଳ ଆକ୍ରମଣ ଦେଖାଯାଇଛି ।
ବିଭିନ୍ନ ଜିଲ୍ଲାରେ ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି କୃଷି ବିଭାଗ ଆଗ୍ରା, ମଥୁରା, ସାହାରନପୁର, ଶାମଲି, ମୁଜାଫରନଗର, ବାଗପଟ, ମହୋବା, ବନ୍ଦା, ଚିତ୍ରକୂଟ, ହମିରପୁର ଓ ମିର୍ଜାପୁର ଜିଲ୍ଲା ସହ ଝାନସୀ, ଲଳିତପୁର, ସୋନଭଦ୍ରା, ଜଲାଉ ଜିଲ୍ଲାକୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛି । ଏନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ କୃଷି ବିଭାଗ ପକ୍ଷରୁ ବିବୃତ୍ତିରେ କୁହାଯାଇଛି ।
ପଙ୍ଗପାଳ ମୁକାବିଲା ପାଇଁ ଉତ୍ତରପ୍ରଦେଶ ସରକାର ରାଜ୍ୟସ୍ତରରେ ତଥା ଜିଲ୍ଲା ସ୍ତରରେ ବିପର୍ଯ୍ୟୟ ପ୍ରଶମନ ଟିମ ଗଠନ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ 486ଟି ଯାନକୁ ସହ 5365ଟି ସ୍ପ୍ରେ ସୁବିଧା ଥିବା ଟ୍ରାକ୍ଟର, 2172ଟି ନଗର ନିଗମ ଟ୍ୟାଙ୍କର ଓ ଟ୍ରାକ୍ଟର, 2423 ନଗର ନିଗମ ସ୍ପ୍ରେୟର, 29744 ସୁଗାର ମିଲ ତଥା ଆଖୁ ବିଭାଗ ସ୍ପ୍ରେୟର, 54967 ଉଚ୍ଚ ଧ୍ବନି ସୃଷ୍ଟିକାରୀ ଯନ୍ତ୍ରର ବ୍ୟବସ୍ଥା କରାଯାଇଛି ।